ଦେଶ

ଖସିଲା ସୁନା ଦର – Ibnodisha

[ad_1]

ନୂଆଦିଲ୍ଲୀ: ପିତୃପକ୍ଷ ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହେଉଛି ଯାହା ୧୪ ଅକ୍ଟୋବରରେ ଶେଷ ହେବ। ଏହା ପରେ ଦେଶରେ ପୁଣି ଥରେ ପାର୍ବଣର ଋତୁ ଆରମ୍ଭ ହେବ। ପିତୃପକ୍ଷ ପରେ ନବରାତ୍ରୀ, ଦୁର୍ଗା ପୂଜା, ଅକ୍ଷୟ ତୃତୀୟା, ଦିପାବଳୀ ଭଳି ବଡ ପର୍ବ ଆସୁଛି। ଏହା ସହିତ ଦେଶରେ ପୁଣି ଥରେ ବିବାହ ଋତୁ ଆରମ୍ଭ ହେବ। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ସୁନା, ରୂପା କିମ୍ବା ଏହାର ଅଳଙ୍କାର କିଣିବାକୁ ଚାହାଁନ୍ତି, ତେବେ ଆପଣଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏହି ବାଣିଜ୍ୟିକ ସପ୍ତାହରେ କ୍ରମାଗତ ତୃତୀୟ ଦିନ ପାଇଁ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି। ସୋମବାର, ମଙ୍ଗଳବାର ତଥା ବୁଧବାର ଦିନ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଥିବା ନେଇ ସୂଚନା ରହିଛି। ଏହି ପତନ ପରେ ସୁନା ପୁଣି ଥରେ ୧୦ ଗ୍ରାମ ପିଛା ୫୯ ହଜାର ଟଙ୍କା ଏବଂ ରୂପା କିଲୋଗ୍ରାମରେ ୭୧ ହଜାର ଟଙ୍କା ତଳେ ପଡିଛି।

ବୁଧବାର ସୁନା ୪୭୯ ଟଙ୍କାଶସ୍ତା ହୋଇ ଭରି ପିଛା ପାଖାପାଖି ୫୮୪୫୪ ଟଙ୍କା କାରବାର କରିଥିଲା। ସେହିପରି ରୂପା ଦର ୬୨୭ ଟଙ୍କା ଶସ୍ତା ହୋଇ ୭୦୯୩୦ ଟଙ୍କାରେ କାରବାର କରିଥିଲା। ଏହା ପୂର୍ବରୁ ମଙ୍ଗଳବାର ସୁନା ୧୯୬ ଟଙ୍କା ଶସ୍ତା ହୋଇ ୫୮୯୩୩ ଟଙ୍କାରେ କାରବାର କରିଥିଲା। ସେହିପରି ମଙ୍ଗଳବାର ରୂପା ଦରରେ ୧୪୫୮ ଟଙ୍କା ଶସ୍ତା ହୋଇ ୭୧୫୫୭ ଟଙ୍କା ବନ୍ଦ ହୋଇଥିଲା। ସୋମବାର ସୁନା ଦରରେ ୫ ଟଙ୍କା ହ୍ରାସ ହୋଇ ୫୯୧୨୯ ଟଙ୍କା କାରବାର କରିଥିଲା। ସେହିପରି ରୂପା ୧୬୦ ଟଙ୍କା ଶସ୍ତା ହୋଇ ୭୩୦୧୫ ଟଙ୍କାରେ କାରବାର କରିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button