ଦେଶ

କେସିଆରଙ୍କ ଝିଅ କବିତା ଗିରଫ – Ibnodisha

[ad_1]

ନୂଆଦିଲ୍ଲୀ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କବିତା ଗିରଫ ହୋଇଛନ୍ତି । ଦିଲ୍ଲୀ ମଦ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦିଲ୍ଲୀ ମଦ ଘୋଟାଲା ମାମଲାରେ ସିବିଆଇ ଓ ଇଡି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବହୁ ବଡ଼ ବଡ଼ ରାଜନେତାଙ୍କୁ ଜେରା କରାଯାଇଛି ।

ଯାଞ୍ଚ ଏଜେନ୍ସ ପକ୍ଷରୁ କବିତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଦିଲ୍ଲୀ ମଦ ନୀତି ମାମଲା ସହ ଜଡ଼ିତ ବେଆଇନ ଅର୍ଥ କାରବାରକୁ ନେଇ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ଏମଏଲସି କବିତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଇଡି ପକ୍ଷରୁ ତଲାସୀ ଅଭିଯାନ ଚାଲିଥିଲା । ତେଣୁ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା କରାଯାଉଥିଲା । ପୂର୍ବରୁ ଇଡି ପକ୍ଷରୁ ଦୁଇଥର ସମାନ ଜାରି କରାଯାଇଥିଲେ ହେଲେ କବିତା ହାଜର ହୋଇନଥଲେ । ଏହାପରେ ଇଡି ପକ୍ଷରୁ କବିତାଙ୍କ ଉପରେ ଆକ୍ସନ ନିଆଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button