ଦେଶ

କୋଚି ବିଶ୍ୱବିଦ୍ୟାଳୟରେ ଭୟଙ୍କର ଦଳାଚକଟା; ଚାଲିଗଲା ୪ ଜୀବନ, ଅନେକ ଛାତ୍ରଛାତ୍ରୀ ଆହତ – Ibnodisha

[ad_1]

କୋଚି : କୋଚି ବିଶ୍ୱବିଦ୍ୟାଳୟରେ ଭୟଙ୍କର ଦଳାଚକଟା। ଚାଲିଗଲା ୪ ଜୀବନ। ଘଟଣାରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ପିଲାଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। କ୍ୟାମ୍ପସ ଭିତରେ ଗୋଟିଏ ସଂଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏତେ ବଡ଼ ଅଘଟଣ ଘଟିଛି।

ସୂଚନା ଅନୁସାରେ, କୋଚି ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂ ତରଫରୁ ଆଜି ସନ୍ଧ୍ୟାରେ ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଶତାଧିକ ଶିକ୍ଷାର୍ଥୀ ସାମିଲ ହୋଇଥିଲେ। ତେବେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍‌ ଦଳାଚକଟା ହୋଇଥିଲା। ଶିକ୍ଷାର୍ଥୀ ୱେଲଫେୟାର ଡିରେକ୍ଟର ପିକେ ବେବୀ କହିଛନ୍ତି, ବିଶ୍ୱବିଦ୍ୟାଳୟର ଓପନ ଏୟାର ଅଡିଟୋରିୟମରେ ଏହି ଘଟଣା ଘଟିଛି। ପ୍ରାଥମିକ ସୂଚନା ଅନୁସାରେ ୪ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଡିଟୋରିୟମର ପଛ ଭାଗରେ ଥିବା ଦର୍ଶକମାନେ ହଠାତ ଆଗକୁ ମାଡ଼ି ଯାଇଥିଲେ। ଫଳରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ବେଳେ ପ୍ରାୟ ୨ ହଜାର ଶିକ୍ଷାର୍ଥୀ ଅଡିଟୋରିୟମରେ ଉପସ୍ଥିତ ଥିଲା। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ବେବୀ ମଧ୍ୟ ଆଶଙ୍କା କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button