ଦେଶ

ସ୍କୁଲବସରେ ବୋମା ଧମକ; ଆଲର୍ଟମୋଡରେ ଚେନ୍ନାଇ ପୋଲିସ – Ibnodisha

[ad_1]

ଚେନ୍ନାଇ: ଏକାଧିକ ସ୍କୁଲକୁ ବୋମା ବିସ୍ଫୋରଣରେ ଉଡ଼ାଇଦେବା ପାଇଁ ଧମକ । ଚାରିଟି ସ୍କୁଲରେ ବୋମା ରଖାଯାଇଥିବା ନେଇ କେହି ଜଣେ ଦୁର୍ବୃତ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମେଲ୍ ଯୋଗେ ଧମକ ଦେଇଛି । ଆଜି ପୂର୍ବାହ୍ନରେ କିଛି ସମୟ ବ୍ୟବଧାନରେ ସ୍କୁଲଗୁଡିକୁ ଏହି ମେଲ୍ ମିଳିବା ପରେ ସ୍କୁଲ ପ୍ରଶାସନ ପୋଲିସକୁ ସୂଚନା ଦେଇଥିଲା । ପୋଲିସ ଟିମ୍ ଏହି ସବୁ ସ୍କୁଲରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ବମ୍ ସ୍କ୍ୱାଡ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତନଖି କରିଥିଲା । ହେଲେ କୌଣସି ସ୍କୁଲରୁ ବୋମା କିମ୍ବା ଅନ୍ୟ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇ ନାହିଁ । ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଚେନ୍ନାଇ ସହରର ଆନ୍ନା ନଗର, ଜେଜେ ନଗର, ତିରୁତାମିସାଇ, ଥିରୁମଙ୍ଗଲମରେ ଥିବା ୪ଟି ଘରୋଇ ସ୍କୁଲକୁ ଏହି ଧମକପୂର୍ଣ୍ଣ ଇ-ମେଲ ପହଞ୍ଚିଥିଲା ।

କେହି ଜଣେ ବ୍ୟକ୍ତି ପୂର୍ବାହ୍ନ ପ୍ରାୟ ୧୧ ଟା ବେଳେ କିଛି ସମୟ ବ୍ୟବଧାନରେ ୪ଟି ସ୍କୁଲକୁ ଏହି ଧମକପୂର୍ଣ୍ଣ ମେଲ କରିଥିଲା । ସ୍କୁଲରେ ବୋମା ରଖାଯାଇଥିବା ଓ ଏହା କିଛି ସମୟ ମଧ୍‌ଯରେ ବିସ୍ଫୋରଣ ହେବାକୁ ଯାଉଥିବା ମେଲରେ ଉଲ୍ଲେଖଥିଲା । ଏହା ପରେ ସ୍କୁଲରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ସ୍କୁଲ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ, ବମ ନିରୋଧୀ ଟିମ ସହ କ୍ୟାମ୍ପସରେ ପହଞ୍ଚିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ପିଲାଙ୍କୁ କ୍ୟାମ୍ପସରୁ ଖାଲି କରାଯାଇଥିଲା । ଅଭିଭାବକଙ୍କ ଗହଳି ମଧ୍ୟ ସ୍କୁଲ ନିକଟରେ ଦେଖିବାକୁ ମିଳିଥିଲା । ସ୍କୁଲଗୁଡିକରେ ଏକାଧିକ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମଧ୍ୟ କୌଣସି ବିସ୍ଫୋରକ କିମ୍ବା ଅନ୍ୟ ଆପତ୍ତିଜନକ ସାମଗ୍ରୀ ଠାବ କରାଯାଇନି । ଏହା ଏକ ମିଛ ଧମକପୂର୍ଣ୍ଣ ମେଲ ବୋଲି ପ୍ରାଥମିକ ଭାବେ ଜଣାପଡିଛି । ଚେନ୍ନାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମେଲ ଆସିଥିବା ଆଇଡିକୁ ସାଇବର ସେଲ ସାହାଯ୍ୟରେ ଚିହ୍ନଟ କରାଯିବାକୁ ପ୍ରୟାସ କରାଯାଉଛି । ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବା ନେଇ ପୋଲିସ ସୂଚନା ଦେଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button