ଦେଶ

ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ, ୪୩ ମୃତ – Ibnodisha

[ad_1]

ଢ଼ାକା : ବାଂଲାଦେଶ ରାଜଧାନୀ ଢ଼ାକା ସ୍ଥିତ ଏକ ୭ ମହଲା ବିଶିଷ୍ଟ ଗ୍ରୀନ୍ କଟେଜ୍ ନାମକ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ୪୩ଜଣଙ୍କ ମୃତ୍ୟୁ ହେବା ସହ ୪୦ରୁ ଅଧିକ ଗୁରୁତର ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି । ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସାମନ୍ତ ଲାଲ୍ ସେନ୍ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗୁରୁବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା, ଯେଉଁ ସମୟରେ ଲୋକେ ଏଠାରେ ଥିବା ପ୍ରକୋଷ୍ଠଗୁଡିକରେ ବିଶ୍ରାମ କରୁଥିଲେ । ତେବେ ଶୁକ୍ରବାର ସନ୍ଧ୍ୟାସ୍‌ୁଦ୍ଧା ଦୁର୍ଘଟଣାସ୍ଥଳରୁ ଉଦ୍ଧାର ପ୍ରକ୍ରିୟା ଶେଷ ହୋଇଛି । ଆହତଙ୍କୁ ଭର୍ତ୍ତି କରାଯାଇଥିବା ହସ୍ପିଟାଲ ଓ ମେଡିକାଲ କଲେଜ୍‌ଗୁଡିକୁ ସେ ନିଜେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସରକାରଙ୍କ ପକ୍ଷରୁ ମୃତାହତଙ୍କ ପରିବାର ଲୋକଙ୍କୁ ଆର୍ଥିକ ତଥା ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଛି । ନିଆଁ ଲାଗିବା ସମୟରେ ଏହି ବିଲ୍ଡିଂରେ ପ୍ରାୟ ୧୦୦ରୁ ଅଧିକ ଲୋକ ରହିଥିଲେ । ତେବେ ସେମାନଙ୍କ ମଧ୍ୟରୁ ୨୬ଜଣ ସୁରକ୍ଷିତ ଭାବେ ବାହାରକୁ ଆସିବାରେ ସଫଳ ହୋଇଥିଲେ । ତେବେ କିଛି ଲୋକା ବାଲକୋନିରୁ ତଳକୁ ଡେଇଁ ନିଜ ଜୀବନ ବଞ୍ଚ।।ଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗୁରୁତର ହୋଇପଡିଥିôଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button