ଏପ୍ରିଲ୍ରୁ ବଢ଼ିବ ଅତ୍ୟାବଶ୍ୟକ ଔଷଧ ମୂଲ୍ୟ; ତାଲିକାରେ ପ୍ରାୟ ଜୀବନ ରକ୍ଷାକାରୀ ୮୦୦ ଔଷଧ – Ibnodisha

[ad_1]
ନୂଆଦିଲ୍ଲୀ : ଆସନ୍ତା ମାସ ଅର୍ଥାତ୍ ଏପ୍ରିଲ୍ରୁ ଦେଶରେ ଜୀବନ ରକ୍ଷାକାରୀ ପ୍ରାୟ ୮୦୦ ପ୍ରକାର ଔଷଧର ଦରଦାମ୍ ବୃଦ୍ଧି ପାଇବ । ଏହା ସିଧାସଳଖ ସାଧାରଣ ଲୋକଙ୍କ ଉପରେ କୋରଡା ମାଡ଼ ସଦୃଶ ହେବାକୁ ଯାଉଛି । ରିପୋର୍ଟ ଅନୁସାରେ ଏସବୁ ଔଷଧ ମଧ୍ୟରେ ପେନ୍କିଲର, ଆଣ୍ଟିବାୟୋଟିକ୍ସ, ଆଜିଥ୍ରୋମାଇସିନ୍, ଆଣ୍ଟି ଆନିମିଆ, ଭିଟାମିନ୍, ମିନେରାଲ ଏବଂ ହୃଦ୍ରୋଗ ସମ୍ବନ୍ଧୀୟ ରୋଗରେ ବ୍ୟବହାର କରାଯାଉଥିବା ଔଷଧସବୁ ସାମିଲ ରହିଛି । ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଔଷଧ କମ୍ପାନୀଗୁଡ଼ିକୁ ବାର୍ଷିକ ହୋଲସେଲ୍ ପ୍ରାଇସ୍ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ)ରେ ପରିବର୍ତ୍ତନ ଆଧାରରେ ଔଷଧ ମୂଲ୍ୟ ବୃଦ୍ଧି କରିବାକୁ ଅନୁମତି ଦେବା ଉପରେ ସକାରାତ୍ମକ ଆଭିମୁଖ୍ୟ ରଖିଛନ୍ତି । ଔଷଧ କମ୍ପାନୀଗୁଡ଼ିକ ପକ୍ଷରୁ ବର୍ତ୍ତମାନ ସମୟରେ ମହଙ୍ଗା ହାର ବୃଦ୍ଧିକୁ ଦୃଷ୍ଟିରେ ରଖି ସେମାନଙ୍କ ଉତ୍ପାଦିତ ଔଷଧର ମଧ୍ୟ ଦରଦାମ୍ ବୃଦ୍ଧି କରାଯିବା ଉଚିତ୍ ବୋଲି ବାରମ୍ବାର ସରକାରଙ୍କ ନିକଟରେ ଦାବି କରାଯାଇଆସୁଥିଲା ।
ଏତଦ୍ବ୍ୟତୀତ କେତେକ ଔଷଧ କମ୍ପାନୀଙ୍କ ପକ୍ଷରୁ ୧୫%ରୁ ୧୩୦% ହାରରେ କଞ୍ଚାମାଲ୍ ମୂଲ୍ୟ ବୃଦ୍ଧି ହୋଇଥିବା ଦାବି କରାଯିବା ପୂର୍ବକ ଉତ୍ପାଦିତ ଔଷଧ ମୂଲ୍ୟରେ ବୃଦ୍ଧି କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜାଣିବାକୁ ମିଳିଛି । ପାରାସିଟାମଲ୍ ଔଷଧ ପାଇଁ ଅବାଶ୍ୟକ ହେଉଥିବା କଞ୍ଚାମାଲ ମୂଲ୍ୟ ପ୍ରାୟ ୧୩୦% ବୃଦ୍ଧି ପାଇଛି । ଏକ୍ସିସିଏଣ୍ଟସ୍ ଔଷଧ ପାଇଁ ଆବଶ୍ୟକ କଞ୍ଚାମାଲ ମୂଲ୍ୟ ପ୍ରାୟ ୧୮%ରୁ ୨୬୨% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ପେନ୍ସିଲିନ୍ ମୂଲ୍ୟ ୧୭୫% ବୃଦ୍ଧି ପାଇଛି । ତେବେ ଏସବୁ ମଧ୍ୟରେ ଭାରତ ସରକାର ମଧ୍ୟ ଏବେ ୦.୦୫୫% ହାରରେ ଔଷଧ ମୂଲ୍ୟ ବୃଦ୍ଧି କରାଯିବା ପାଇଁ ଅନୁମତି ଦେବାକୁ ପ୍ରସ୍ତୁତ ଥିବା ଜାଣିବାକୁ ମିଳିଛି । ସୂଚନାଯୋଗ୍ୟ, ଗତବର୍ଷ ଅର୍ଥାତ୍ ୨୦୨୩ରେ ଜୀବନ ରକ୍ଷାକାରୀ ଔଷଧଗୁଡ଼ିକର ମୂଲ୍ୟରେ ପ୍ରାୟ ୧୨% ବୃଦ୍ଧି କରାଯାଇଥିବା ବେଳେ ୨୦୨୨ରେ ୧୦% ମୂଲ୍ୟ ବୃଦ୍ଧି ହୋଇଥିଲା ।
[ad_2]




