ରାଜ୍ୟ
ବଜ୍ରାଘାତରେ ଯୁବକ ମୃତ – Ibnodisha

[ad_1]
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ଥାନା ଝାଞ୍ଜିମୁଣ୍ଡା ଗାଁରେ ଆଜି ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ହେମସିଂ ମାଝି । ତାଙ୍କୁ ୩୦ ବର୍ଷ ହୋଇଥିଲା । ଆଜି ମଧ୍ୟାହ୍ନରେ ଝାଞ୍ଜିମୁଣ୍ଡାରେ କାଳବୈଶାଖୀ ବର୍ଷା ହୋଇଥିଲା । ବର୍ଷା ଆରମ୍ଭ ହେବା ପୂର୍ବରୁ ହେମସିଂ ନିଜ ଇଟା ଭାଟିକୁ ଯାଇଥିଲେ । ସେ ଇଟାଗୁଡ଼ିକ ଉପରେ ପଲିଥିନ୍ ଘୋଡ଼ାଉ ଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ସେଠାରେ ହିଁ ହେମସିଂଙ୍କ ମୃତ୍ୟୁ ଘଟିଥିଲା । ସଦର ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଗତକାଲି ବଜ୍ରପାତରେ ମୟୂରଭଞ୍ଜ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱରରେ ଆଉ ଜଣେ ଯୁବକ ପ୍ରାଣ ହରାଇଥିଲେ । ସେହିପରି ଏହି ଦୁଇ ଜିଲ୍ଲାରେ ବଜ୍ରପାତରେ ଦୁଇ ଜଣ ଆହତ ହୋଇଥିଲେ ।
[ad_2]