ରାଜ୍ୟ

ପୂର୍ବତନ ପୁଲିସ ଡିଜି ତଥା ଖ୍ୟାତନାମା ଲେଖକ ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ – Ibnodisha

[ad_1]

ଭୁବନେଶ୍ବର: ପୂର୍ବତନ ପୁଲିସ ଡିଜି ତଥା ଖ୍ୟାତନାମା ଲେଖକ ଶରତ ଚନ୍ଦ୍ର ମିଶ୍ରଙ୍କର ଆଜି ସକାଳ ୭ଟା ୨୪ ମିନିଟ୍ ସମୟରେ ଭୁବନେଶ୍ବରରେ ପରଲୋକ ହୋଇଛି।‌ ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଏନେଇ ତାଙ୍କ ଭାଇ ତଥା ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧୯୫୯ ମସିହା ବ୍ୟାଚର ଆଇପିଏସ୍ ଶରତ ଚନ୍ଦ୍ର ମିଶ୍ର ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ନିଜର ସାହିତ୍ୟକୃତି ପାଇଁ ଶ୍ରୀ ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ମଧ୍ୟ ଲାଭ କରିଥିଲେ। ଖାଲି ସେତିକି ନୁହେଁ, ଶରତ ଚନ୍ଦ୍ର ମିଶ୍ର ଦୈନିକ ‘ସମ୍ବାଦ’ର ଜଣେ ସ୍ତମ୍ଭକାର ଥିଲେ। ସେ ଜଣେ ମେଳାପି ଏବଂ ଅମାୟିକ ବ୍ୟକ୍ତି ଥିଲେ। ସେ ଦୀର୍ଘ ଦିନ ଧରି ‘ର’ ପାଇଁ କାମ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button