ରାଜ୍ୟ

ବାଜବାଟି ରେ ମାଫିଆ ପ୍ରବଳ ହେଲେ ପାଣି ଦେବାକୁ ଦୁର୍ବଳ, ସହାୟତା କଲେ ହିମାଂଶୁ।

*ବାଜବାଟି ରେ ମାଫିଆ ପ୍ରବଳ ହେଲେ ପାଣି ଦେବାକୁ ଦୁର୍ବଳ*

*ବସୁଧା ପାଣିଟାଙ୍କି ପାଲଟିଛି ଡେମୋ*

*ଟ୍ୟାଙ୍କର ରେ ପାଣି ଯୋଗାଇଲା ଅଂଶୁମାନ ଟ୍ରଷ୍ଟ*

*ରଜ ପର୍ଯ୍ୟନ୍ତ ଯୋଗାଇବୁ ପାଣି:ହିମାଂଶୁ*

*ଧର୍ମଶାଳା ଜନ ପ୍ରତିନିଧି ଙ୍କ ଦେଖା ନାହିଁ:ଗ୍ରାମବାସୀ*

*ଠିକଦାର ଏବଂ ଜେଇ ଙ୍କ ମଧୁ ଚନ୍ଦ୍ରିକା ସ୍ପଷ୍ଟ*

*ପଦାରେ ପଡୁଛି ଧର୍ମଶାଳା ବ୍ଲକ ପ୍ରଶାସନର ଅପାରଗତା*

*ଚୁଲିକି ଗଲାଣି ପାନୀୟ ଜଳ ଯୋଗାଣ*

IBN ଓଡିଶା (ବ୍ୟୁରୋ)ଯାଜପୁର,ଧର୍ମଶାଳା:-ଗଣତନ୍ତ୍ର ରେ ସାଧାରଣ ଜନତା ହେଉଛନ୍ତି ମାଲିକ।ଗୋଟିଏ ଭୋଟ୍ ର ମୂଲ୍ୟ କାହାକୁ କେତେବେଳେ ଯେ ନେଇ କେଉଁ ଚୌକି ଉପରେ ବସାଇଦିଏ ସେକଥା କେବେଳ ଭାଗ୍ୟ ରେ ହିଁ ଲେଖା ଥାଏ।ହେଲେ ଆମେ ଯେଉଁ ଭୋଟ୍ ଟିଏ ବିଶ୍ୱାସ ଭରସା ରେ ଦେଲେ ଆମେ ପାଇଲେ କଣ ?ଆମେ ଆଜି ଯେଉଁଠି ରହିଛନ୍ତି ସେହି ଠାରେ ରହିଲେ ?ଯାହାକୁ ନିର୍ବାଚିତ କରିଲେ ତାଙ୍କର ଧନ ସମ୍ପତ୍ତି ର ବୃଦ୍ଧି ଘଟିଲା,ହେଲେ ଗରିବଟିଏ ସେଇ ଗରିବ ହୋଇ ରହିଲା।ଜନତା ଙ୍କ ସହ ସୁ ସମ୍ପର୍କ ସ୍ଥାପନ କରିବା ସହ ସେମାନଙ୍କର ସୁବିଧା ଅସୁବିଧାରେ ଠିଆ ହେବା ହେଉଛି ପ୍ରକୃତ ଜନ ପ୍ରତିନିଧିଙ୍କ ମୌଳିକ କର୍ତ୍ତବ୍ୟ।ହେଲେ ଧର୍ମଶାଳା ଜନ ପ୍ରତିନିଧିଙ୍କ ଜନତା ଙ୍କ ସହ କୈଣସି ସମ୍ପର୍କ ନାହିଁ।ନା ଭଲରେ ନା ମନ୍ଦରେ କେବେ ସାହାରା ହୋଇ ନାହଁନ୍ତି।ଏକଥା ଆମେ କହୁନୁ ବରଂ କହୁଛନ୍ତି ଗାଁ ଗାଁରେ ସାଧାରଣ ଜନତା।ଯେତେବେଳେ ପ୍ରଚଣ୍ଡ ଖରାରେ ପାଣି ଟୋପେ ପିଇବାକୁ ମିଳିବ ନାହିଁ, ଯେତେବେଳେ ନଳକୂପ ରୁ ପାଣି ବାହାରିବ ନାହିଁ,ଆଉ ଯେତେବେଳେ ବ୍ଲକ ପ୍ରଶାସନ ମଧ୍ୟ ଏକଥାକୁ କର୍ଣ୍ଣପାତ କରିବେ ନାହିଁ।ତାହାଲେ ଗୁହାରି କରିବେ କାହାକୁ ଆଉ ଶୁଣିବ ବା କିଏ ?ଏପଟେ ବ୍ଲକ ପ୍ରଶାସନ ର କଥା ନକହିବା ଭଲ।ପାଣି ଟୋପେ ନମିଳିବା ଦ୍ୱାରା ଏବେ ବ୍ଲକ ପ୍ରଶାସନ କୁ ମୁହଁ ଦେଖାଇବାକୁ ବି ଲାଜ ଲାଗୁଛି।କାରଣ ଗତ କିଛି ଦିନ ତଳେ ମଧୁପୁରଗଡ ପଂଚାୟତ ରୁ ଅନେକ ମହିଳା ମା ମାନେ ଆସି ବ୍ଲକ କାର୍ଯ୍ୟାଳୟ ଅଫିସ ସଂମ୍ମୁଖରେ ଗରା, ବାଲ୍ଟି ଧରି ଧାରଣା ଦେଇଥିଲେ।ଏହାର ଠିକ ପରଦିନ ବିଡ଼ିଓ ଙ୍କ ନେତୃତ୍ୱରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଜେଇ ଓ ଠିକଦାର ପହଁଚି ସ୍ଥିତି ସୁଧାରିଥିଲେ।ହେଲେ ଗୋଟେ ପରେ ଗୋଟେ ପଂଚାୟତ ର ସମାନ ସ୍ଥିତି ଦିନକୁ ଦିନ ସାମ୍ନା କୁ ଆସୁଛି।

ବ୍ଲକରେ ଏବେ ପାନୀୟ ଜଳ ର ସମଷ୍ୟା ଉତ୍କଟ ହୋଇଛି।ସାଧାରଣ ଲୋକେ ନାହିଁ ନଥିବାର ଅସୁବିଧାର ସଂମ୍ମୁଖୀନ ହେଉଛନ୍ତି।ପଞ୍ଚାୟତ ରେ କେତୋଟି ହାତ ଗଣତି ମାମଲତକାର ଙ୍କୁ ଛାଡିଦେଲା ପରେ ବାକି ଆଉ ଯିଏ ବି ରହିଲେ ପାଣି ବିନା ହନ୍ତସନ୍ତ।ବଡ ବଡ଼ିଆ ତଥା କଳାଧନ ଧାରୀ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିଜ ବାଡିରେ ଶହ ଶହ ଫୁଟ ର ଗଭୀରତା ରେ ବଡ ବଡ ନଳକୂପ ମାନ ଖନନ କରିଛନ୍ତି, ହେଲେ ଗରିବ ଲୋକଟି ପାଖରେ ଅର୍ଥ ଅଭାବରୁ ନଳକୂପ ଖୋଳିବା ତ ଦୂରର କଥା ଯେଉଁ ସବୁ ସରକାରୀ ସ୍ତରରେ ଗାଁ ମୁଣ୍ଡରେ ନଳକୂପ ମାନ ରହିଛି ତାହାର ସ୍ଥିତି ବି ସଙ୍କଟାପନ୍ନ।ସରକାରୀ ସ୍ତରରେ ବସାଯାଇଥିବା ନଳକୂପ ରୁ ଖରାଦିନ ଆସିଲେ ପାଣି ବାହାରିବାର ନାହିଁ।କେଉଁଠି ନଳକୂପ ଅଚଳ ତ କେଉଁଠି ପାନୀୟ ଜଳ ଯୋଗାଣ ଜେଇ ଙ୍କ ଖାମ ଖିଆଲ ମନୋଭାବ ଯୋଗୁ ହନ୍ତସନ୍ତ ସାଧାରଣ ଲୋକେ।

ଗୋଟେ ପଟେ ସରକାର ପାଣି ରୁ କେହି ବଞ୍ଚିତ ରହିବେ ନାହିଁ ବୋଲି ଡିଣ୍ଡିମ ପିଟୁଛନ୍ତି ।ଆଉ ଏପଟେ ବସୁଧା ଯୋଜନା ମାଧ୍ୟମରେ ଗାଁ ଗାଁକୁ ପାଇପ ଲାଇନ ସଂଯୋଗ କରିଛନ୍ତି।ହେଲେ ଯେଉଁ ବସୁଧା ଟାଙ୍କି ଠିଆ ହୋଇଛି ତାହା କେବଳ ଡେ଼ମୋ ପାଲଟିଛି।ଗାଁ ଗାଁକୁ ପାଇପ ଲାଇନ ସଂଯୋଗ ହୋଇଛି ସତ ହେଲେ ପାଣି ବାହାରିବା ସାତ ସପନ ହୋଇ ପଡିଛି।ଯଦି କେଉଁଠି ଟିକେ ପାଣି ବାହାରୁଛି ତାହା ସମୁଦ୍ରକୁ ଶଙ୍ଖେ।ତେବେ ସୂଚନା ଥାଉକି ଧର୍ମଶାଳା ବ୍ଲକରୁ ମାତ୍ର ପାଞ୍ଚ କିଲୋମିଟର ଦୂର ବାଜବାଟି ଗାଁରେ ପାଣି ବିନା ଏବେ ଡହଳ ବିକଳ ଗ୍ରାମବାସୀ।ପ୍ରବଳ ଗ୍ରୀଷ୍ମ ପ୍ରବାହ ଫଳରେ ଗଡ଼ିଆ ପୋଖରୀ ସହ ଗ୍ରାମରେ ଥିବା ପୁରୁଣା କୂପ ବି ଶୁଖିଲା ହୋଇ ପଡିଛି।ଏପଟେ ବାଜବାଟି ପାହାଡ ରେ ବେଆଇନ ବ୍ଲାଷ୍ଟିଂ ଫଳରେ ଭୂତଳ ଜଳ ଲୋପ ପାଇଛି।ଯାହାକି ଖରାଦିନ ଆସିଲେ ପାଣିଟୋପେ ପିଇବା ଲୋକଙ୍କ ପାଇଁ କାଳ ହୋଇଛି। ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ଓ ଠିକଦାର ଙ୍କ ମଧୁ ଚନ୍ଦ୍ରିକାରେ ପାଣି ଟ୍ୟାପ ରୁ ପାଣି ବାହାରିବା ଏବେ କଷ୍ଟକର ହୋଇ ପଡିଛି।ଉଭୟ ଙ୍କ ମିଳିଭଗତ ରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଆଜି ଧୂଳିସାତ ହେବାକୁ ବସିଛି।ଯେଉଁଠି ପାଣି ଟୋପେ ବାହାରିବନି ,ସରକାରୀ କର୍ମଚାରୀ ଅଥବା ଜେଇ ମହାଶୟ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବେ ନାହିଁ ସେଠି ଏତେ ଯୋଜନା କାହିଁକି ?କାହିଁକି ସ୍ଵଛତା ର ଡିଣ୍ଡିମ ପିଟା ଯାଉଛି ?ଏପଟେ ଜନ ପ୍ରତିନିଧି ତଥା ସ୍ଥାନୀୟ ବିଧାୟକ ଙ୍କ କଥା ନକହିବା ଭଲ।ଆଜି ପର୍ଯ୍ୟନ୍ତ ପାନୀୟ ଜଳ ସମଷ୍ୟା ଦୂର କରିବା ତ ଦୂରର କଥା କେବେ ଗାଁ ଗାଁରେ ପହଁଚି ଲୋକଙ୍କ ସମଷ୍ୟା ବୁଝିଲେ ନାହିଁ।ଖୋଦ ନିଜର ଭାଇ ମଧ୍ୟ ବ୍ଲକ ଚେୟାରମ୍ୟାନ ଥିବା ସତ୍ତ୍ୱେ ଜଳ ସଙ୍କଟ ସ୍ଥିତିର ସୁଧାର ଆଣିବାକୁ କେବେ ହେଲେ ମୁହଁ ଖୋଲିବାର ନାହିଁ। ବାଜବାଟି ଗ୍ରାମରେ ନିଜକୁ ପରିବେଶ ବିତ କହୁଥିବା ଚଗଲି ଜେନା ବାଜବାଟି ପାହାଡ କୁ ବେଆଇନ ଭାବେ ବ୍ଲାଷ୍ଟିଂ କରି କୋଟି କୋଟି ଟଙ୍କାର କଳାପଥର ଲୁଟ କରି ଏବେ ମାଲେ ମାଲେଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଏବେ କିଡ଼ିନ୍ କ୍ୟାନ୍ସର ଭଳି ରୋଗ ମାଡି ଚାଲିଛି। ହେଲେ ଏତେ ଏତେ ଟଙ୍କାର ମାଲିକ ସାଜିଥିବା ଜେନା ବାବୁ ମଧ୍ୟ ଖୋଦ ନିଜ ଗାଁରେ ପାଣି ଟୋପେ ଦେବାକୁ ଅସମର୍ଥ।

ଏପରି ସମଷ୍ୟା ଅଂଶୁମାନ ଟ୍ରଷ୍ଟ ର ସମ୍ପାଦକ ହିମାଂଶୁ ଶେଖର ସାହୁ ଙ୍କ ଦୃଷ୍ଟି କୁ ଆସିବା ପରେ ଟ୍ରଷ୍ଟ ତରଫରୁ ଗତକାଲି ବାଜବାଟି ଗ୍ରାମରେ ଏକ ବଡ ଟ୍ୟାଙ୍କର ସାହାଯ୍ୟରେ ସ୍ୱଚ୍ଛ ପାନୀୟ ଜଳର ସୁ ବନ୍ଦୋବସ୍ଥ କରିଥିଲେ।ଏପରିକି ଗ୍ରୀଷ୍ମପ୍ରବାହ ବନ୍ଦ ନେହେବା ଯାଏ ଏପରି ଚାଲୁ ରହିବେ ବୋଲି ଟ୍ରଷ୍ଟ ସମ୍ପାଦକ ହିମାଂଶୁ ଗଣ ମାଧ୍ୟମ କୁ କହିଛନ୍ତି।ତେବେ ଯେଉଁ କାମ ଆଜି ବ୍ଲକ ପ୍ରଶାସନ କରିବା କଥା ସେ କାର୍ଯ୍ୟ ଆଜି ଟ୍ରଷ୍ଟ କରି ଦେଖାଇଛି ତତ ସହିତ ଯେଉଁ କାର୍ଯ୍ୟ ଆଜି ଜନ ପ୍ରତିନିଧି ଙ୍କ କରିବା ଦାଇତ୍ୱ ସେ କାର୍ଯ୍ୟ ଆଜି ହିମାଂଶୁ କରି ଦେଖାଇଛନ୍ତି।ତେବେ ଟ୍ରଷ୍ଟ ର ଏପରି ମହତ କାର୍ଯ୍ୟଧାରା ପାଇଁ ଚାରିଆଡୁ ପ୍ରଶଂସା ର ସୁଅ ଛୁଟିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button