
*ଜେନାପୁର ବସୁଧା ପାନୀୟ କେଳେଙ୍କାରୀ*
*ପାଇପ ବିଛେଇବା ନାଁରେ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କା ଚଳୁ ଘଟଣା*
*ଲୋକୟୁକ୍ତ ଅଧିକାରୀଙ୍କ ଛାନ୍ ଭିନ*
*ଫସିବେ କନିଷ୍ଠ ଯନ୍ତ୍ରୀ ରୁଦ୍ର କେଶରୀ ସେଠୀ*
IBN ଓଡିଶା (ବ୍ୟୁରୋ)ଯାଜପୁର:ଜେନାପୁର:-ବସୁଧା ଯୋଜନା ମାଧ୍ୟମରେ ଗାଁ ଗାଁ କୁ ସରକାରୀ ସ୍ତରରେ ଅନେକ ଅର୍ଥ ବ୍ୟୟବରାଦ କରାଯାଉଛି।ହେଲେ କିଛି ଅସାଧୁ ଅଧିକାରୀ ଓ ଠିକଦାର ଙ୍କ ମିଲିଭଗତ ରେ କୋଟି କୋଟି ଟଙ୍କାର ଚଳୁ ଏବେ ଧରା ପଡିବା ପରେ ଲୋକୟୁକ୍ତ ଏହାକୁ ଖୋଲତାଡ଼ କରିଛନ୍ତି।ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଜେନାପୁର ପଞ୍ଚାୟତରେ ବସୁଧା ଯୋଜନାରେ ଆଦୌ ପାଇପ୍ ନବିଛାଇ ଲୋକଙ୍କୁ ପାଇପ୍ ପାଣି ଦିଆଯାଉଛି ବୋଲି ମିଛ ରିପୋର୍ଟ ଦେଇ ୧ କୋଟି ୫୪ ଲକ୍ଷ ୬୭ ହଜାର ଟଙ୍କାର ପ୍ରକଳ୍ପରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠିକାଦାର ଉଠାଇ ନେଇଥିବା ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଲୋକାୟୁକ୍ତ ୧୦/୨୩ରେ ଏକ ମାମଲା ରୁଜୁ କରି ନିଜସ୍ବ ସଂସ୍ଥା ଡ଼ାଇରେକ୍ଟର ଅଫ ଇନ୍କ୍ୱାରୀ ଙ୍କ ଦ୍ବାରା ଏହାର ତଦନ୍ତ ନିଦେର୍ଶ ଦେଇଥିଲେ। ଗତ ମାର୍ଚ୍ଚ ୧୭ ତାରିଖରେ ଏହାର ପ୍ରଥମ ପର୍ଯ୍ୟାୟ ତଦନ୍ତ କରାଯାଇଥିବା ବେଳେ ଗତକାଲି ଡେପୁଟି ଡାଇରେକ୍ଟର ମାନଗୋବିନ୍ଦ ବିଶ୍ବାଳଙ୍କ ନେତୃତ୍ବରେ ଏକ ୩ ଜଣିଆ ଟିମ୍ ତଦନ୍ତ କରିଛନ୍ତି। ଆସନ୍ତା ୨୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଥିବାରୁ ଏହାପୂର୍ବରୁ ତଦନ୍ତ ଅଧିକାରୀ ଲୋକାୟୁକ୍ତଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ବୋଲି ଜଣାପଡିଛି।
ପ୍ରଥମ ତଦନ୍ତ ବେଳେ ୧୫ ଦିନ ମଧ୍ୟରେ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ଚଣ୍ତିଖୋଲ ଆରଡବ୍ଲୁ ଏସ୍ଏସ୍ ଡିଭିଜନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ୩ ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ସମସ୍ତ ଘରକୁ ପାନୀୟ ଜଳ ଯୋଗାଣ ହୋଇନଥିବା ଅଭିଯୋଗକାରୀ ସର୍ବେଶ୍ବର ବେହେରା କହିଛନ୍ତି। ତଦନ୍ତକାରୀ ଦଳସହ ଥିବା ଆରଡବ୍ଲୁଏସ୍ଏସ୍ର ଏସ୍ଡିଓ ଅର୍ପିତ ବେହେରା ଓ କନିଷ୍ଠଯନ୍ତ୍ରୀ ରୁଦ୍ର କେଶରୀ ସେଠୀ ପ୍ରତ୍ୟକ ଘରକୁ ପାନୀୟ ଜଳ ଯୋଗାଣ ହୋଇଛି ବୋଲି ପ୍ରକାଶ କରିଛନ୍ତି। ଏସଂପର୍କରେ ଜେନାପୁର ଗ୍ରାମବାସୀ ଙ୍କୁ ପଚାରିବାରୁ ପାଇପ୍ ବିଛାଯାଇଥିଲେ ମଧ୍ୟ ସମସ୍ତଙ୍କ ଘରକୁ ପାଣି ଯାଉନି, ଅନେକ ସ୍ଥାନରେ ପାଇପ୍ ଫାଟି ରାସ୍ତାରେ ପାଣି ବହୁଛି ବୋଲି କହିଛନ୍ତି। ଏହି ପ୍ରକଳ୍ପ ଉପରେ ଜେନାପୁର ପଞ୍ଚାୟତର ଜେନାପୁର, ଅରିମୂଳ, ପଥରଡିହସାହୁ, ଷ୍ଟେସନ ବଜାର, ଏରସଣ୍ତା ସମେତ ବିଭିନ୍ନ ଗ୍ରାମର ୪ ହଜାରରୁ ଊର୍ଦ୍ଧ୍ବ ଲୋକ ପାନୀୟ ଜଳ ପାଇଁ ନିର୍ଭର କରୁଥିବା ବେଳେ ଅଧିକାଂଶ ଲୋକ ପାନୀୟ ଜଳରୁ ବଂଚିତ ହୋଇଛନ୍ତି।ଏପରିକି ଯନ୍ତ୍ରୀ ସେଠୀ ବାବୁ ଙ୍କର ଡାହା ମିଛ ସହ ଠିକଦାର ଙ୍କ ମିଳିଭଗତ ସ୍ପଷ୍ଟ ହୋଇଛି।ଖାଲି ସେତିକି ନୁହଁ ଦୀର୍ଘ ଆଠ ବର୍ଷ ରୁ ଉର୍ଦ୍ଧ୍ବ ଦିନ ଧରି କନିଷ୍ଠ ଯନ୍ତ୍ରୀ ରୁଦ୍ର ସେଠୀ ଗୋଟିଏ ବ୍ଲକରେ ଗାଦି ମାଡି ବସିଛନ୍ତି।ନା ଅନ୍ୟତ୍ର ବଦଳି ହେଉଛି ନା ଠିକ ସେ କାର୍ଯ୍ୟ ତୁଲାଉଛନ୍ତି।କୋଟି କୋଟି ଟଙ୍କା ଏହି ଡିଭିଜନ ରୁ ଚଳୁ କରିବା ସହ ଲୋକୟୁକ୍ତ ରେ ଅନେକ ମାମଲା ମଧ୍ୟ ରଜ୍ଜୁ ହୋଇଛି।ତେବେ ଭିଜିଲାନ୍ସ ବିଭାଗ ଉକ୍ତ ଯନ୍ତ୍ରୀ ଙ୍କ ଉପରେ ନଜର ରଖିବାକୁ ସାଧାରଣ ରେ ଦାବି ଜୋର ଧରିଛି।




