ସୋସିଆଲ୍ ମିଡିଆରେ ମିଛ ଖବର ପ୍ରସାରଣ ସମାଜର ବହୁ କ୍ଷତି କରିଥାଏ: କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର – Ibnodisha
[ad_1]
ଭୁବନେଶ୍ବର: ସୋସିଆଲ୍ ମିଡିଆରେ ମିଛ ଖବର ପ୍ରସାରଣ ସମାଜର ବହୁ କ୍ଷତି କରିଥାଏ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ‘ସମ୍ବାଦ’ର ୪୦ତମ ବାର୍ଷିକ ଉତ୍ସବରେ କହିଛନ୍ତି। ‘ଜୟ ଜଗନ୍ନାଥ’ ବୋଲି କହି ମୁଖ୍ୟ ଅତିଥି କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ନିଜର ଉଦବୋଧନ ଆରମ୍ଭ କରି କହିଥିଲେ, ‘ସମ୍ବାଦ’ର ପ୍ରକାଶନକୁ ୩୯ ବର୍ଷ ପୂର୍ତ୍ତି ଅବସରରେ ଏଥିସହ ଜଡ଼ିତ ସମସ୍ତ ଲୋକଙ୍କୁ ଶୁଭେଚ୍ଛା ଜଣାଉଛି। ଗାନ୍ଧିଜୀ ସାମ୍ବାଦିକତାକୁ ସେବାର ମାଧ୍ୟମ ବୋଲି ମାନୁଥିଲେ। କିନ୍ତୁ କିଛି ଲୋକ ସାମ୍ବାଦିକତାକୁ ସଂପତ୍ତି କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ସେମାନଙ୍କୁ ଗାନ୍ଧୀଙ୍କ କଥା ମନେ ପକାଇଦେବାକୁ ଚାହୁଁଛି। ସୋସିଆଲ୍ ମିଡିଆରେ ମିଛ ଖବର ପ୍ରସାରଣ ସମାଜରେ ବହୁତ କ୍ଷତି ପହଞ୍ଚାଇଥାଏ। ରାଷ୍ଟ୍ର ଗଢିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକତାରେ ଆଞ୍ଚଳିକ ଭାଷାର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସୂଚନା ପ୍ରଯୁକ୍ତିର ପାରଦର୍ଶିତା ଆସିଛି। ଡିବିଟି ମାଧ୍ୟମରେ ହିତାଧିକାରୀଙ୍କୁ ସରକାରୀ ସୁବିଧା ମିଳିପାରୁଛି। କେନ୍ଦ୍ର ସରକାରଙ୍କ ବିକାଶ ପ୍ରସଙ୍ଗରେ ବି ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର। ଭାରତ ସଫଳତାର ସହିତ ଜି୨୦ ସମ୍ମିଳନୀର ଆୟୋଜନ କରିଛି। ଏହି ଭବ୍ୟ କାର୍ଯ୍ୟକ୍ରମ ଦେଖି ବିଶ୍ୱବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ମଧ୍ୟ ସେ କହିଥିଲେ।
‘ସମ୍ବାଦ’ର ୪୦ତମ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର। କାର୍ଯ୍ୟକ୍ରମରେ ସଭାପତିତ୍ବ କରୁଛନ୍ତି ‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ। ଅତିଥିମାନେ ଦୀପ ପ୍ରଜ୍ଜ୍ବଳନ କରିବା ପରେ ‘ସମ୍ବାଦ’ର ସଂପାଦକ (ଫିଚର୍) ଗୌରହରି ଦାସ ଅତିଥିମାନଙ୍କର ପରିଚୟ ଦେବା ସହ ସ୍ବାଗତ ଭାଷଣ ଦେଇଥିଲେ। ସମ୍ବାଦ ଗ୍ରୁପର ପରିଚାଳନା ନିର୍ଦେଶିକା ମୋନିକା ନୈୟାର୍ ପଟ୍ଟନାୟକ ଅଭିଭାଷଣ ଦେଇଥିଲେ।
ଏହି ଅବସରରେ ‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ ଅଭିଭାଷଣରେ କହିଛନ୍ତି, ଆଜି ‘ସମ୍ବାଦ’ ଏକ ଅନୁଷ୍ଠାନ ନୁହେଁ, ଏହା ଏକ ଅଭିଯାନ, ଏକ ଆନ୍ଦୋଳନ। ‘ସମ୍ବାଦ’ ଲୋକଙ୍କ ସହ ଯୋଡ଼ି ହୋଇ ରହିଛି ଏବଂ ଏହା ଆଗକୁ ବି ଯୋଡ଼ି ହୋଇରହିବ।
ଏହି କାର୍ଯ୍ୟକ୍ରମରେ ଅତିଥିମାନେ ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ କରିଥିଲେ। ଏଥିରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
[ad_2]