ଗାଡିରୁ ମଦ ବୋତଲ ଝାମ୍ପି ନେଇ ପୋଲିସ ମୁଖା ଖୋଲିଦେଲା ମାଙ୍କଡ – Ibnodisha

[ad_1]
ନୂଆଦିଲ୍ଲୀ: ଠିଆ ହୋଇଥିଲା ପୋଲିସ ଗାଡି । ହଠାତ୍ ଧାଇଁ ଆସିଲା ମାଙ୍କଡ, ପୋଲିସ ଗାଡିରୁ ମଦ ବୋତଲ ଝାମ୍ପି ନେଲା । ଆଉ ପୋଲିସର ଅସଲ ମୁଖା ଖୋଲିଦେଲା । ଆଉ ତାପରେ ଲୋକଙ୍କ ଭତ୍ସନା ଶୁଣିବାକୁ ପଡିଲା ପୋଲିସକୁ । ମାଙ୍କଡ ପାଇଁ ଏମିତି ନାକେଦମ ହୋବାକୁ ପଡିଛି ପୋଲିସକୁ । ଆଉ ଏହି ଖବର ଉତ୍ତରପ୍ରଦେଶ କାନପୁରରୁ ସାମ୍ନାକୁ ଆସିଛି । ଗତକାଲି ଥିଲା ଗାନ୍ଧୀ ଜୟନ୍ତୀ । ଆଉ ଏହି ଗାନ୍ଧୀ ଜୟନ୍ତୀରେ ଏମିତି ଫଟୋ ଭାଇରାଲ ହୋଇ ସାମ୍ନାକୁ ଆସିଛି । ଯାହାକୁ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି। ଏଥିସହିତ ପୁଲିସ ବିଭାଗରେ ବି ଚଡ଼କ ପଡ଼ିଛି। ତେବେ ପୂର୍ବରୁ ଶୁଣିବାକୁ ମିଳିଛି କି କାନପୁରର ପୁଲିସ କମିସନରଙ୍କ କାର୍ୟ୍ୟାଳୟରେ ମାଙ୍କଡ଼ଙ୍କ ଆତଙ୍କ ରହିଥାଏ। ତେବେ ଅକ୍ଟୋବର ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଅବସରରେ ମାଙ୍କଡ଼ ପୁଲିସର ମୁଖା ଖୋଲି ଦେଇଛି। ପୁଲିସ କମିଶନରଙ୍କ କାର୍ୟ୍ୟାଳୟ ସାମ୍ନାରେ ପୁଲିସ ବାବୁମାନଙ୍କ ଗାଡ଼ି ଛିଡ଼ା ହୋଇଛି। ଏହି ସମୟରେ ଏକ ମାଙ୍କଡ଼ ଆସି ଗୋଟିଏ ପରେ ଗୋଟିଏ ଗାଡ଼ିରେ ଡିଆଁ ମାରୁଛି। ଏତିକିବେଳେ ଜଣେ ପୁଲିସ କର୍ମଚାରୀଙ୍କ ଗାଡ଼ିରେ ଲାଗିଥିବା ଏକ ବ୍ୟାଗ ଉପରେ ମାଙ୍କଡ଼ର ଆଖି ପଡ଼ିଯାଉଛି। ସେ ଉକ୍ତ ବ୍ୟାଗକୁ ଖୋଲି ସେଥିରୁ ଏକ ମଦ ବୋତଲ ବାହାର କରୁଛି। ପୁଲିସ କିପରି ଭାବେ ପୁଲିସ ଷ୍ଟେସନ ସାମ୍ନାରେ ଗାଡ଼ିରେ ଏଭଳି ମଦ ବୋତଲ ରଖି ପାରିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
[ad_2]




