ରାଜ୍ୟ

ଲାୟନସ୍ କ୍ଲବ ତରଫରୁ ମୁକ, ବଧିର ବିଦ୍ୟାଳୟରେ ଖାଦ୍ୟ ଓ ପାଠ୍ୟପୁସ୍ତକ ବଣ୍ଟନ – Ibnodisha

[ad_1]

ରାୟଗଡା: ରାୟଗଡା ଲାୟନସ୍ କ୍ଲବ ତରଫରୁ କୋଲନରାସ୍ଥିତ ନୂତନ ଜ୍ଞାନ ବର୍ଦ୍ଧକ ସ୍ବତନ୍ତ୍ର ବିଦ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଲାୟନସ୍ କ୍ଲବର ସଭାପତି ଭି.ଭାସ୍କର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ତରଫରୁ ମୁକ, ବଧିର ଓ ମାନସିକ ରୋଗାଗ୍ରସ୍ତ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ। ଏଥିସହ ସଦସ୍ୟା ସୁଚିତ୍ରା ଦାସ ନିଜ ତରଫରୁ ସମସ୍ତ ପିଲାଙ୍କୁ ବହି, ଖାତା, କଲମ ଇତ୍ୟାଦି ପ୍ରଦାନ କରିଥିଲେ।ଲାୟନସ୍ କ୍ଲବ ତରଫରୁ ଏଭଳି ସମାଜସେବା କାର୍ଯ୍ୟ ପ୍ରାୟତଃ ପ୍ରତିମାସରେ ଅନୁଷ୍ଠିତ ହୋଇଥାଏ। ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ସାଧାରଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଲାୟନସ୍ କ୍ଲବର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ପିଲାଙ୍କ ସହ ମିଶି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସଂପାଦକ ଅଶ୍ବିନୀ ଦାସ, ସଂପାଦକ ବାଉରୀ ବାବୁ, କୋଷାଧ୍ୟକ୍ଷ ଏନ.ଶ୍ରୀନିବାସ, ସୁଚିତ୍ରା ଦାସ, ଦୁଃଖୀଶ୍ୟାମ ଦାସ, ଅଳକା ଦାସ, ସତ୍ୟବାଦୀ ପତି, ଏଲ.ଚନ୍ଦ୍ର ମାଳି, ଟି.ଜୟରାମ, ଏଲ.ଚନ୍ଦ୍ରଶେଖର ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button