IBN ଓଡ଼ିଶା ବ୍ୟୁରୋରାଜ୍ୟ

ବରୀ ରେ ଚାନ୍ଦା ଖିଆ ସାମ୍ବାଦିକଙ୍କ ଉତ୍ପାତ,ନିମ୍ନ ମାନର ଛତୁଆକୁ ଦେଉଛନ୍ତି ସୁରକ୍ଷା।

ଯାଜପୁର :ବରୀ,IBN ଓଡିଶାସରକାର କୋମଳ ମତି ଶିଶୁ ମାନଙ୍କର ବିକାଶ ପାଇଁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ କିଛି ଛତୁଆ ଯୋଗାଣ କାରି ଶସ୍ତା ଓ ଅଧିକ ଲାଭର ଲାଳସାରେ ନିମ୍ନ ମାନର ଛତୁଆ ଯୋଗାଇ ଶିଶୁ ମାନଙ୍କର ଜୀବନକୁ ନେଇ ଖେଳ ଖେଳୁ ଥିବାର ଅଭିଯୋଗ ଆସିଛି।

ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ କଳାମାଟିଆ 4 ନମ୍ବର ଅଙ୍ଗନବାଡି କେନ୍ଦ୍ରରୁ ଦୈନିକ ମାଳ ମାଳ ଅଭିଯୋଗ ଅଭିଭାବକ ମାନେ ଆଣୁ ଥିବା ବେଳେ ଛତୁଆ ଗୋଷ୍ଠୀ ରୁ ମାସକିଆ ପକେଟ ଗୁଂଜା ନେଇ ବରୀ ସିଡିପିଓ ଓ ବ୍ଲକ ବିଡ଼ିଓ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି।

ଅଭିଯୋଗ ଅନୁଯାଇ ସେଠାରେ ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ବଦଳରେ ଦିଆଯାଉଛି ଅପମିଶ୍ରିତ ଓ ପୋକ ସାଲୁବାଲୁ ହେଉଥିବା ନିମ୍ନ ମାନର ଖଦଡ ଛତୁଆ ।ଏ ଛତୁଆକୁ ଭଲ ଭାବରେ ଦେଖିଲେ ଏଥିରେ କଳା ରଙ୍ଗର ପୋକ ସାଲୁ ବାଲୁ ହେବା ସହ ଉପରେ ମଧ୍ୟ ଫିମ୍ପି ମାରିଥିବାର ନଜର କୁ ଆସିଛି।
ଯାହାକୁ ଶିଶୁ ମାନେ ଖାଇବା
ତ ଦୂରର କଥା, କୌଣସି ପଶୁ, ପକ୍ଷୀବି ଖାଇବା ସମ୍ଭବ ନୁହେଁ ବୋଲି ଅଭିଭାବକ ମାନେ ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପଟେ କହିବାକୁ ଗଲେ ଶିଶୁମାନେ ଅସୁସ୍ଥ ହେବାର ସମ୍ଭାବନା ମଧ୍ୟ ରହିଛି।ସରକାରୀ ନିୟମ ଅନୁଯାଇ ଶିଶୁ ମାନଙ୍କ ପାଇଁ ଆସୁଥିବା ପ୍ରତ୍ୟକ ଖାଦ୍ୟରେ ପ୍ରସ୍ତୁତି ଓ ଅବଧି ତାରିଖ ରହିବାର ନିୟମ ଥିବା ବେଳେ ଉକ୍ତ ଛତୁଆରେ ନା ଅଛି ପ୍ରସ୍ତୁତି ତାରିଖ ନା ଅବଧି ତାରିଖ ।

ଯେଉଁଥିପାଇଁ ଖାଦ୍ୟର ମାନକୁ ନେଇ ଅଭିଭାବକ ମାନେ ପ୍ରଶ୍ନ ଉଠାଇ ଥିବା ବେଳେ ତେବେ ଉକ୍ତ ଛତୁଆର ପ୍ରସ୍ତୁତି ଦାଇତ୍ୱରେ ଥିବା ମା ଚଣାଖାଇ ସ୍ଵୟଂ ସହାୟିକା ଗୋଷ୍ଟି ଏପରି ନିମ୍ନ ମାନର ଛତୁଆ ପ୍ରସ୍ତୁତ କରି ଶିଶୁ ମାନଙ୍କର ଜୀବନକୁ ନେଇ ଖେଳ ଖେଳୁଥିବାର ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କାହିଁକି ଉକ୍ତ ଘଟଣା ଉପରେ ବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦେଉନାହାନ୍ତି ତାହାକୁ ନେଇ ଅଭିଭାବକ ମାନେ ଚିନ୍ତାରେ ପଡି ଛନ୍ତି।ଖାଲି ସେତିକି ନୁହେଁ ଉକ୍ତ ଅଙ୍ଗନବାଡି କେନ୍ଦ୍ରର ଦାଇତ୍ୱରେ ଥିବା ଅଙ୍ଗନ ବାଡ଼ି କର୍ମୀ କାବେରୀ ମଲ୍ଲିକ ପିଲା ମାନଙ୍କୁ ଠିକ ସମୟରେ ପାଠ ପଢାଉ ନଥିବା ବେଳେ ସେମାନଙ୍କ ପାଇଁ ଆସୁଥିବା ବିଭିନ୍ନ ପ୍ରକାର ପୃଷ୍ଟିକର ଖାଦ୍ୟକୁ ଆତ୍ମସାତ କରୁଥିବାର ଅଭିଯୋଗ ମଧ୍ୟ ଆଣିଛନ୍ତି ଅଭିଭାବକ ମାନେ.ସରକାରୀ ନିୟମକୁ ନମାନି ବିଭିନ୍ନ ସମୟରେ ନିଜ ମନ ମୁତାବକ ଅଙ୍ଗନୱାଡି କେନ୍ଦ୍ରକୁ ପରିଚାଳନା କରୁଥିବା ବେଳେ ଆଜି ମଧ୍ୟ କୌଣସି ଉପରିସ୍ଥ ଅଧିକାରୀ ଙ୍କୁ ନଜଣାଇ ଛୁଟିରେ ରହିଥିଲେ. ଅଉ ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନ କରିବାରୁ ସେ ସୁପରଭାଇଜର ଙ୍କୁ ଜଣାଇ ଛୁଟି ନେଇଛନ୍ତି ବୋଲି ମିଛ କହିଥିଲେ. କିନ୍ତୁ ଅଧିକ ପଚରା ଉଚରା ପରେ ସେ ପୁଣି ଥରେ ସତ ଓଗାଳି ଥିଲେ.ତେବେ ଏଏ ବିଷୟରେ ସି. ଡି. ପି. ଓ ଙ୍କ ପତିକ୍ରିୟା ମିଳି ପାରି ନଥିବା ବେଳେ ସୁପରଭାଇଜରଙ୍କୁ ପଚାରିବାରୁ ସେ ଉକ୍ତ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି ।

ଯାହାକୁ ନେଇ ଉକ୍ତ ଛତୁଆ ଖବର ପ୍ରସାରଣ ଯାଜପୁର ବରୀ ଅଞ୍ଚଳ ର ଦୁଇ ସାମ୍ବାଦିକ ଖବର ପ୍ରସାରଣ କରିବା ପରେ ଉକ୍ତ ସଂସ୍ଥା ରୁ ମାସକିଆ ଚାନ୍ଦା ନେଇ ଚଳୁଥିବା ବରୀ ଅଞ୍ଚଳର ଜୈନିକ ବରିଷ୍ଠ ପ୍ରତିନିଧି ଉକ୍ତ ଖବର କୁ ନେଇ ଅତି ରଂଜିତ କରି ଦୁଇ ସାମ୍ବାଦିକ ଙ୍କ ନାମରେ ମିଥ୍ୟା ଆରୋପ ଲଗାଇ ଏକ ୱେବ ରେ ଖବର ପ୍ରସାରଣ କରିବା ସହ ଉକ୍ତ ସ୍ଵୟଂ ସହାୟିକା ସଦଶ୍ୟ ଙ୍କୁ ନେଇ ଗତ ଦୁଇ ଦିନ ତଳେ ବରୀ ଥାନା ରେ ଏତଲା ଦେଇ ଠିକ ତା ପରଦିନ ଏହାକୁ ମିଥ୍ୟା ବୋଲି ଏତଲା କୁ ପ୍ରତ୍ୟାହାର କରିଥିଲେ। ଆଉ ଏହା ଏକ ମିଥ୍ୟା ଏତଲା ବୋଲି ଏକ ଚୁକ୍ତିନାମା ଲେଖି ବରୀ ଥାନା ରେ କ୍ଷମା ପ୍ରାର୍ଥନା କରି ଆସିଥିଲେ।ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି କି ବରୀ ଅଂଚଳର ଉକ୍ତ ସାମ୍ବାଦିକ ଜଣକ ଯେ କି କୁଆଡେ ଚଣାଖାଇ ସଭାପତି ସ୍ୱାମୀ ଙ୍କ ସହ ଦୈନିକ ମଦ୍ୟପାନ କରି ଅଞ୍ଚଳ ସାରା ସମସ୍ତ ସାମ୍ବାଦିକ ଙ୍କ ମର୍ଯ୍ୟାଦା ହାନୀ କରିଥିବାର ଅଞ୍ଚଳ ସାରା ସାମ୍ବାଦିକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏମିତିକି ନିଜର ସୋସିଆଲ ମିଡିଆ ରେ ଅନେକ ମନ୍ଦ କାର୍ଯ୍ୟ ଉକ୍ତ ଦୁଇ ସାମ୍ବାଦିକ ଙ୍କ ନାମରେ ଲେଖି ସାମ୍ବାଦିକ ଙ୍କର ମାନ ସଂମାନ କ୍ଷୁର୍ଣ୍ଣ କରୁଥିବାର ଜୈନିକ ଚାନ୍ଦା ଖିଆ ସାମ୍ବାଦିକ ଙ୍କ ନାମରେ ଆସନ୍ତାକାଲି ମାନ୍ୟବର କୋର୍ଟ ଙ୍କ ନିକଟରେ ମାନହାନି ମୋକଦମା କରିବା ପାଇଁ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।ତେବେ ଉକ୍ତ ଅଭିଯୋଗକୁ ଭିତ୍ତିକରି ଓ ତଦନ୍ତ କରି ଉପରିସ୍ଥ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଉଭୟ ଅଙ୍ଗନବାଡି କର୍ମୀ ଓ ଛତୁଆ ପ୍ରସ୍ତୁତ କାରି ସଂସ୍ଥା ଉପରେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକିରହିଲା.

Related Articles

Leave a Reply

Your email address will not be published. Required fields are marked *

Back to top button