ଅପରାଧ

ଏଟିଏମ୍ ମେସିନ ଲୁଟ ଘଟଣାରେ ରାଜସ୍ଥାନ ଲୁଟେରାଙ୍କ ଲିଙ୍କ୍ ,ସିମ୍ କାର୍ଡ ବିକ୍ରେତା ସମେତ ୭ ଗିରଫ

ଯାଜପୁର:ଧର୍ମଶାଳା:IBN ଓଡିଶା;-ଗତ କିଛିଦିନ ତଳେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନ ନେଉଳପୁର ଓ କୁଆଖିଆ ଅଂଚଳରେ ଏକ ATM ମେସିନ କୁ ଭାଙ୍ଗି କିଛି ଲୁଟେରା ଚମ୍ପଟ ମାରିଥିବା ବେଳେ କିଛି ଲୁଟେରା ଙ୍କୁ ଧରିବାରେ ସଫଳ ହୋଇଛି ଯାଜପୁର ପୋଲିସ।

ସ୍ଥାନୀୟ ନେଉଳପୁର ଏଟିଏମ୍ ମେସିନ୍ ଲୁଟ୍ ଘଟଣାରେ ତଦନ୍ତ କରି ଆନ୍ତଃରାଜ୍ୟ ୫ ଏଟିଏମ୍ ଡକାୟତଙ୍କ ସମେତ ଏହାର ମାଷ୍ଟର ମାଇଣ୍ଡ ଯାଜପୁର ଜିଲ୍ଲାର ଜୈନେକ ଡକାୟତ କୁ ପୁଲିସ୍ ଗିରଫ କରିଥିବା ଯାଜପୁର ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଆରକ୍ଷୀ ଅଧିକ୍ଷକ ସୂଚନା ଦେଇ କହିଛନ୍ତି ଯେ, ଗତ ମାସ , ୨୪ ତାରିଖ ମଧ୍ୟ ରାତ୍ରରେ ରାଜପଥ ପାର୍ଶ୍ଵ ନେଉଳପୁର ବଜାରରେ ମାର୍କେଟ କମ୍ପଲେକ୍ସ ରେ ଥିବା ଏସବିଆଇ ଏଟିଏମ୍ କେନ୍ଦ୍ରରୁ ମେସିନ ଲୁଟ୍ ହୋଇଥିଲା। ଗତ ୨୫ ତାରିଖରେ ଏନେଇ ଏସବିଆଇ ଏଟିଏମ୍ ପରିଚାଳକ ଥାନାରେ ଏତଲା ଦେବା ସହ ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲା। ତଦନ୍ତ ସମୟରେ କିଛି ସୁରାକ କୁ ଭିତ୍ତି କରି ଯାଜପୁର ଦାନଗଦି ତ୍ରିଜଙ୍ଗା ଅଞ୍ଚଳର ଏସ କେ ଇଦ୍ରିସକୁ ପ୍ରଥମେ ଗିରଫ କରିଥିଲା। ତା ଠାରୁ ସୂଚନା ପାଇ ଖୋର୍ଦ୍ଧା ଅଞ୍ଚଳର ମୋବାଇଲ୍ ସିମ୍ କାର୍ଡ ବିକ୍ରେତା ଓ ରାଜସ୍ଥାନ ରାଜ୍ୟର ୫ ଲୁଟେରା ଗ୍ୟାଙ୍ଗଙ୍କୁ ଧରିଥିଲା। ସେମାନଙ୍କ ଠାରୁ ଏଟିଏମ୍ ମେସିନ, ନଗଦ ୩ ଲକ୍ଷ ୬୮ ହଜାର ଟଙ୍କା ଓ ଚୋରିରେ ବ୍ୟବହୃତ ଦୁଇଟି କାର, ମୋବାଇଲ୍ ଫୋନ୍ ସହିତ ବିଭିନ୍ନ ଉପକରଣ ଜବତ କରିବାରେ ସଫଳ ହୋଇଛି ଯାଜପୁର ପୁଲିସ । ଗିରଫ ମାନଙ୍କ ମଧ୍ୟରେ ରାଜସ୍ଥାନ ଅଲୱାର ଜିଲ୍ଲାର ଇଦୁ ହୁସେନ୍ ଙ୍କ ପୁଅ ଅସ୍ଲମ ହୁସେନ (୩୫), ଦିନା ମହମ୍ମଦ ଙ୍କ ପୁଅ ସଦ୍ଦାମ ହୁସେନ(୩୦), ଦାଉଦ୍ ଖାନ୍ ଙ୍କ ପୁଅ ଏମ୍ ଡି ଜାମ୍ ସେଦ ଖାନ୍(୩୨), ଓମ୍ ପ୍ରକାଶ ଙ୍କ ପୁଅ ସୁମିତ କୁମାର(୩୨), ମୋର୍ ସିଂ ମିନା ଙ୍କ ପୁଅ ପି ଏମ୍ ମିନା(୨୩), ଯାଜପୁର ଜିଲ୍ଲା ଦାନଗଦି ଅଞ୍ଚଳର ସେକ୍ ଖାଲିଲ ଙ୍କ ପୁଅ ସେକ ଇଦ୍ରିଶ (୩୬),ଖୋର୍ଦ୍ଧା ଜିଲ୍ଲା ଅଞ୍ଚଳର ତ୍ରିନାଥ ପ୍ରଧାନଙ୍କ ପୁଅ ତପନ କୁମାର ପ୍ରଧାନ(୨୮)। ଗତ ୨୧ ତାରିଖରେ ସେମାନେ ରାଜସ୍ଥାନରୁ ଆସି ଓଡ଼ିଶାରେ ପହଞ୍ଚି ଥିଲେ। ୨୨ ତାରିଖରେ ଖୋର୍ଦ୍ଧା ରୁ କିଛି ମୋବାଇଲ ସିମ କାର୍ଡ କିଣିଥିଲେ। ପରେ ସେମାନେ କିଛି ଏଟିଏମ୍ ବୁଲୁଥିଲେ। ଏହି ସ୍ଥାନଟି ତାଙ୍କ ପାଇଁ ସୁବିଧା ହେବ ବୋଲି ସିଦ୍ଧାନ୍ତ କରିଥିଲେ ବୋଲି ଆରକ୍ଷୀ ଅଧିକ୍ଷକ କହିଥିଲେ।

ଚୋରି ହୋଇଥିବା ଏଟିଏମ୍ ମେସିନ୍, ପାଣିକୋଇଲି ରୁ ଚୋରି କରିଥିବା ଗୋଟିଏ ସୁଜୁକି ଇକୋ କାର, ଗୋଟିଏ ସୁଜୁକି ସୁଇଫ୍ଟ କାର୍, ୮ ଟି ମୋବାଇଲ୍ ଫୋନ୍, ୧୦ ଟି ସିମ୍ କାର୍ଡ, ଗୋଟିଏ ବଡ଼ ହାତୁଡ଼ି,ଗୋଟିଏ ଖଣ୍ଡା ସହିତ ଲୁହା ପାଇପ୍,ଲୁହା ଛେଣି, ଲୁହା କଟର୍, ଚୋରି ଗାଡ଼ିରୁ ବଦଳା ଯାଇଥିବା ଦୁଇଟି ନମ୍ବର ପ୍ଲେଟ୍ ଜବତ କରିଛି ପୁଲିସ । ଝାଡଖଣ୍ଡ ଓଡ଼ିଶା ସୀମାନ୍ତରେ ଚୋରି ପାଇଁ ଉଦ୍ୟମ କରୁଥିବା ସମୟରେ ଯାଜପୁର ଓ ମୟୂରଭଞ୍ଜ ପୁଲିସ ମିଳିତ ଚଢ଼ାଉରେ ଏହି ଗ୍ୟଙ୍ଗକୁ ଧରିବାରେ ସଫଳ ହୋଇଛନ୍ତି।ଇଦ୍ରିଶ୍ ଏହି ୫ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଆଶ୍ରୟ ଦେବା ସହିତ ଚୋରିରେ ସହଯୋଗ କରିଥିଲା । ଖୋର୍ଦ୍ଧାରୁ ଗିରଫ ହୋଇଥିବା ତପନ ଏହି ଲୁଟେରା ମାନଙ୍କୁ ବେଆଇନ ଭାବେ ସିମ କାର୍ଡ ବିକିଥିବା ଯାଜପୁର ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର୍ ଗଣମାଧ୍ୟମକୁ କହିଛନ୍ତି। ସମସ୍ତ ଗିରଫ ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଛି।ତେବେ ପୋଲିସ ର ଢିଲା ପଣ ଏଥି ସହିତ ରାତ୍ରି ପେଟ୍ରୋଲିଙ୍ଗ ର ଅଭାବ ପାଇଁ ଦୈନିକ ଜାତୀୟ ରାଜପଥ ରେ ଲୁଟେରା ମାନେ ଆତଙ୍କ ଚଳାଇ ଥିବାର ସାଧାରଣ ରେ ଅନେକ ଅଭିଯୋଗ ଆସିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button