ଅପରାଧ

ପିଇଓଙ୍କଠୁ ଝାମ୍ପି ନେଲେ ୪ ଲକ୍ଷ ୬୪ ହଜାର ଟଙ୍କା – Ibnodisha

[ad_1]

ବଲାଙ୍ଗୀର : ପିଇଓଙ୍କଠୁ ୪ ଲକ୍ଷ ୬୪ ହଜାର ଟଙ୍କା ଝାମ୍ପି ନେଲେ ୩ ଲୁଟେରା । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥର ଦନ୍ଦରା ନିକଟରେ ବଙ୍ଗୋମୁଣ୍ଡା ପଞ୍ଚାୟତର ପିଇଓ ସତ୍ୟ କୁମାର ଘିଭେଲାଙ୍କଠାରୁ ୪ ଲକ୍ଷ ୬୪ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପିଇଓ ସତ୍ୟ କୁମାର ଘିଭେଲା ଓ ତାଙ୍କର ଜଣେ ସହଯୋଗୀ ଆଜି ବଙ୍ଗୋମୁଣ୍ଡା ସ୍ଥିତ ଏସ୍‌ବିଆଇକୁ ଯାଇଥିଲେ। ସେଠାରୁ ସତ୍ୟ କୁମାର ଘିଭେଲା ୪ ଲକ୍ଷ ୬୪ ଟଙ୍କା ଉଠାଇଥିଲେ। ଆସନ୍ତାକାଲି ଭତ୍ତା ଦେବାକୁ ସେ ଏହି ଟଙ୍କା ଉଠାଇଥିଲେ। ଟଙ୍କା ଉଠାଇବା ପରେ ସେ ବାଇକ୍‌ ଯୋଗେ କଣ୍ଟାବାଞ୍ଜି ସ୍ଥିତ ନିଜ ଘରକୁ ଯାଉଥିଲେ। ପିଇଓ ସତ୍ୟ କୁମାର ଘିଭେଲା ଓ ତାଙ୍କର ସହଯୋଗୀ ବାଇକରେ କଣ୍ଟାବାଞ୍ଜି ଅଭିମୁଖେ ଯାଉଥିବା ବେଳେ ଏକ ଆପାଚିରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ପିଛା କରିଥିଲେ। ଦୁର୍ବୃତ୍ତମାନେ ସତ୍ୟ କୁମାର ଘିଭେଲାଙ୍କ ଚଳନ୍ତା ବାଇକ୍‌କୁ ଧକ୍କା ଦେଇଥିଲେ। ଫଳରେ ସତ୍ୟ କୁମାର ଘିଭେଲା ଓ ତାଙ୍କ ସହଯୋଗୀ ପଡ଼ି ଯାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ବାଇକ୍ ଡିକିରୁ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଫେରାର ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଛି। ପିଇଓ ଓ ତାଙ୍କ ସହଯୋଗୀ ଆହତ ହୋଇଛନ୍ତି। ବଙ୍ଗୋମୁଣ୍ଡା ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି। ଅନ୍ୟପକ୍ଷରେ ବଙ୍ଗୋମୁଣ୍ଡା ପୁଲିସ ଘଟଣାର ତଦନ୍ତ କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button