ଅପରାଧରାଜ୍ୟ

ବସ ଦୁର୍ଘଟଣା ରେ ବୃଦ୍ଧ ଙ୍କ ମୃତୁ

ଯାଜପୁର/ଦଶରଥପୁର: ଆଜି ସକାଳୁ ସକାଳୁ ବସ୍ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। କୟାଁଗୋଲାରୁ କଟକ ଯାଉଥିବା ଯାତ୍ରୀବାହୀ ପ୍ରଧାନ ବସ୍ ଦୁବକଣ ଠାରେ ବୃଦ୍ଧଙ୍କ ଉପରେ ମାଡ଼ି ଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣହାନି ଘଟିଥିଲା। ଆଜି ସକାଳ ସାଢ଼େ ୭ଟା ପାଖାପାଖି ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।
ମୃତକ ହେଲେ ଦଶରଥପୁର ଖାନନଗର ପଞ୍ଚାୟତର ଦୟାନିଧି ମଲିକ(୫୫)। ଖବର ପାଇ ଘଟଣାସ୍ଥଳରେ ମଙ୍ଗଳପୁର ଥାନା ପୁଲିସ୍ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରିଛି। ତେବେ ଗାଡ଼ିଚାଳକ ‌କୌଶଳକ୍ରମେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button