ଅପରାଧରାଜ୍ୟ

ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଓ କ୍ୟାସିୟରଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ

କୋରାପୁଟ:ଜୟପୁର: ରାସ୍ତା ଉନ୍ନୟନ କାମରେ ମିଳିଥିବା ଚେକ୍ କୁ ଟ୍ୟାମ୍ପରିଂ କରି ସରକାରୀ ଅର୍ଥ ଚଳୁ କରିଥିବା ମାମଲାର ଶୁଣାଣି କରି ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ଓ କ୍ୟାସିୟରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ଦୁଇ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ୩ଟି ଦଫାରେ ୧୦ ହଜାର ଲେଖାଏଁ ମୋଟ ୩୦ ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦୋଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲ‌େ ୨ମାସ ଲେଖାଏଁ ୬ମାସ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ କରିଛନ୍ତି। ଏହା ସହ ତତ୍କାଳୀନ ବିଡିଓଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି।ସୂଚନା ଅନୁଯାୟୀ, ବର୍ତ୍ତମାନର ଦଶମନ୍ତପୁର ବ୍ଲକ ଏବଂ ତତ୍କାଳୀନ ବନ୍ଧୁଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ବେ‌ଉରା ଓ କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବର୍ତ୍ତମାନର ବରିଷ୍ଠ କିରାଣୀ ତଥା ତତ୍କାଳୀନ ବନ୍ଧୁଗାଁ ବ୍ଲକର ବରିଷ୍ଠ କିରାଣୀ ତଥା କ୍ୟାସିୟର ଗୋପିନାଥ ମଲ୍ଲିକ ୨୦୦୭ମସିହାରେ ଏହି ବ୍ଲକରେ ଗୋଟିଏ ରାସ୍ତା ଉନ୍ନୟନ କାମର ଚେକ୍ କନିଷ୍ଠ ଯନ୍ତ୍ରୀ ବେଉରାଙ୍କ ନାଁରେ ମିଳିଥିଲା। ଏହି ଚେକରେ ଏହା ୯୫ହଜାର ଟଙ୍କା ଲେଖାଯାଇଥିଲା। ଏହାକୁ ଟ୍ୟାମ୍ପରିଂ କରି ଏହାକୁ ଏକ ଲକ୍ଷ ୯୫ହଜାର ଟଙ୍କା କରି ଟଙ୍କା ଉଠାଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଜଣା ପଡ଼ିଥିଲା।

ଭିଜିଲାନସ୍ ପକ୍ଷରୁ ଦଫା ୧୩(୨),ଆର/ଡବ୍ଲୁ ୧୩(୧)(ସି) ପିସି ଆକ୍ଟ ୧୯୮୮ ସହ ଆଇପିସି ୪୦୯/୧୨୦-ବିରେ ମାମଲା ରୁଜୁ ହୋଇଥିଲା। ମାମଲା ଗତ ୧୩ବର୍ଷ ହେବ ବିଚାରାଧିନ ରହିଥିବା ବେଳେ ଆଜି ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାୟ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଦଫା‌ରେ ଅଭିଯୁକ୍ତ ଦ୍ବୟଙ୍କୁ ୨ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ଜରିମାନା ୩୦ହଜାର ଲେଖାଏଁ ଜଣକା ପ୍ରଦାନ କରିବାକୁ କହିଛନ୍ତି। ଜରିମାନା ଅନାଦେୟ ହେଲେ ୩ମାସ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାକୁ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଏମ୍. ବାଲାଜୀ ରାଓ ପରିଚାଳାନା କରୁଥିଲେ। ପ୍ରକାଶଯୋଗ୍ୟ, ଗତ ଦୁଇ ଦିନ ତ‌ଳେ ଉପରୋକ୍ତ ଦୁଇ ଅଭିଯୁକ୍ତ ଆଉ ଗୋଟିଏ ଚେକ୍ ଟେମ୍ପରିଂ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button