ରାଜ୍ୟ

‘ରାଜମାତା ଜୀଜାବାଈ ଟ୍ରଫି’ ପାଇଁ ଓଡ଼ିଶା ଦଳ

ଟକ: ୨୯ତମ ଜାତୀୟ ମହିଳା ଫୁଟ୍ବଲ ପ୍ରତିଯୋଗିତା ‘ରାଜମାତା ଜୀଜାବାଈ ଟ୍ରଫି’ ପାଇଁ ୨୨ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ଏଥିପାଇଁ ଦଳ ବୁଧବାର ଆନ୍ଧ୍ରପ୍ରଦେଶ ଗସ୍ତ କରିଛି। ଓଡ଼ିଶା ଫୁଟ୍ବଲ୍ ସଂଘ (ଫାଓ) ପକ୍ଷରୁ ଘୋଷିତ ଦଳରେ ସୁସ୍ମିତା ପୁନ୍, ମଞ୍ଜୁ ଗଞ୍ଜୁ, ରାଣୀ ବାଗ୍, ପ୍ରଜ୍ଞା କିଶାନ, ଅମ୍ବରୁତା ନାୟକ, ସୁଲେଖା କହଁର, ସୁବାସିନୀ ସାହା, ଜାହ୍ନବୀ କିଶାନ, ଶ୍ରଦ୍ଧାଞ୍ଜଳି ପଣ୍ଡା, ଶିବାନୀ ମୁଣ୍ଡାରି, ପ୍ରିୟାଶା ସରକାର, ଇପ୍ସିତା ରାଉତ, ମୁନିକା ମିଞ୍ଜ୍, ଦୀପା ନାୟକ, ଲକ୍ଷ୍ମୀପ୍ରିୟା ଲେଙ୍କା, ସୁଭଦ୍ରା ସାହୁ, ସତ୍ୟବତୀ ଖଡ଼ିଆ, ମାଳତୀ ମୁଣ୍ଡା, ମନୀଷା ନାୟକ, ପ୍ୟାରୀ ଖାଖା, ପ୍ରତିମା ଓରାମ୍, ରୁପଶ୍ରୀ ମୁଣ୍ଡା ସ୍ଥାନ ପାଇଛନ୍ତି।

ପ୍ରଶିକ୍ଷକ ଗୀତାଞ୍ଜଳି ଖୁଣ୍ଟିଆ, ସହକାରୀ ପ୍ରଶିକ୍ଷକ ଗାୟତ୍ରୀ ମଲ୍ଲିକ, ଫିଜିଓ ଲୋପାମୁଦ୍ରା ମହାରାଜ ଦଳ ସହ ହାଇଦ୍ରାବାଦ୍ ଯାତ୍ରା କରିଛନ୍ତି। ଏହି ପ୍ରତିଯୋଗିତା ଆନ୍ଧ୍ରପ୍ରଦେଶର ଅନନ୍ତପୁରଠାରେ ଆସନ୍ତା ୧୯ତାରିଖରୁ ଆରମ୍ଭ ହେବ। ଓଡ଼ିଶା ଉଦ୍ଘାଟନୀ ଦିବସରେ ଲାଦାଖକୁ, ୨୧ରେ ଅରୁଣାଞ୍ଚଳ, ୨୩ରେ ମଧ୍ୟପ୍ରଦେଶକୁ ଭେଟିବ। ଫାଓ ସଭାପତି ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଓ ସଂପାଦକ ଆଶୀର୍ବାଦ ବେହେରା ଓଡ଼ିଶା ଦଳର ସଫଳତା କାମନା କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button