ରାଜ୍ୟ

ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ – Ibnodisha

[ad_1]

କଟକ : ନାତିର ଦେହ ଖରାପ ଥିବାରୁ ଡାକ୍ତରଖାନା ଦେଖିବାକୁ ଆସୁଥିଲେ ଅଜା, ଆଈ। ବାଟରେ ଅଜଣାଗାଡ଼ି ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ। କଟକ ଜିଲ୍ଲା ପୁରୁଣାକଟକ-ସମ୍ବଲପୁର ରାସ୍ତା ଚିରୁଗୁଡ଼ିଆ ଶୀତଳଭଣ୍ଡାର ନିକଟରେ ଏହି ଦୁର୍ଘଟଣା ଘଟିଛି। ଉଭୟ ଦମ୍ପତି ଢେଙ୍କାନାଳ ସଦର ଥାନା ଝୁମ୍ପୁଡିଆ ଅଞ୍ଚଳର ବୋଲି ଜଣାଯାଇଛି। ନାତିର ଦେହ ଖରାପ ଖବର ଶୁଣି ଆଜି ସକାଳେ ଦମ୍ପତି ଏକ ବାଇକ ଯୋଗେ ଆଠଗଡ ଡାକ୍ତରଖାନା ଆସୁଥିଲା। ଚିରୁଗୁଡ଼ିଆ ଶୀତଳଭଣ୍ଡାର ନିକଟରେ ସେମାନଙ୍କୁ ଅଜଣାଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button