୨୦୨୩ ଜାନୁଆରୀ-ମାର୍ଚ୍ଚ ରିପୋର୍ଟ; ୧୯ ଲକ୍ଷ ଭିଡିିଓ ହଟାଇଛି ୟୁଟ୍ୟୁବ୍ – Ibnodisha

[ad_1]
ନୂଆଦିଲ୍ଲୀ: ଚଳିତବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୟୁଟ୍ୟୁବ୍ରୁ ୧୯ ଲକ୍ଷ ବିବାଦୀୟ ଭିଡିଓକୁ ହଟାଇ ଦିଆଯାଇଥିବା ଜଣାପଡିଛି । ୟୁଟ୍ୟୁବ୍ ଗାଇଡ୍ଲାଇନ ଉଲ୍ଲଂଘନ କରିଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ୟୁଟ୍ୟୁବ୍ କର୍ତ୍ତୃପକ୍ଷ କହିଛନ୍ତି । ଏହି ସମୟରେ ବିଶ୍ୱବ୍ୟାପୀ ୬୪ ଲକ୍ଷ ଆପତ୍ତିଜନକ ଭିଡିଓକୁ ୟୁଟ୍ୟୁବ୍ରୁ ହଟାଇ ଦିଆଯାଇଥିବାବେଳେ ଭାରତର ସଂଖ୍ୟା ସବୁଠାରୁ ଅଧିକ ରହିଛି । ଭାରତ ପଛକୁ ଆମେରିକାରେ ୬,୫୪,୯୬୮, ରୁଷ୍ରେ ୪,୯୧,୯୩୩ ଓ ବ୍ରାଜିଲରେ ୪,୪୯,୭୫୯ଟି ଭିଡିଓକୁ ହଟାଯାଇଥିବା କୁହାଯାଇଛିି ।
ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଥିବା, ମହିିଳା ଓ ବରିଷ୍ଠ ନାଗରିକଙ୍କ ସମ୍ମାନ ହାନି, କୌଣସି ରାଜନେତାଙ୍କ ଚରିତ୍ର ସଂହାର କରାଯାଉଥିବା ଭିଡିଓକୁ ସାଧାରଣତଃ ୟୁଟ୍ୟୁବ୍ରେ ସ୍ଥାନିତ କରାଯାଇନଥାଏ । ଅବଶ୍ୟ ଏଭଳି ଆପତ୍ତିଜନକ ଭିଡିଓକୁ ଡିଲିଟ୍ କରିବାକୁ ୟୁଟ୍ୟୁବ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖଞ୍ଜାଯାଇଥିବା ସସ୍ୱତନ୍ତ୍ର ମେସିନ୍ ଏଭଳି ୩୮ ପ୍ରତିଶତ ଭିଡିଓକୁ ଚିହ୍ନଟ କରି ନିଜଆଡୁ ତୁରନ୍ତ ଡିଲିଟ୍ କରିଥାଏ । ଏଭଳି ଭିଡିଓକୁ ଜଣେ ହେଲେ ଉପଭୋକ୍ତା ଦେଖିନଥାନ୍ତି । ଅପରପକ୍ଷରେ ୧ରୁ ୧୦ ଜଣ ଉପଭୋକ୍ତା ଦେଖିସାରିଥିବା ୩୧ ପ୍ରତିଶତ ଭିଡିଓ ମଧ୍ୟ ମେସିନ୍ ଡିଲିଟ୍ କରିଥାଏ ।
[ad_2]




