ରାଜ୍ୟ

ଲେକ୍ ଜୋନ୍ ନ୍ୟୁଟ୍ରାଲ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଲାନି – Ibnodisha

[ad_1]

ଭୁବନେଶ୍ବର: ସତ୍ୟନଗର ମଶାଣି କଡ଼ରେ ଡ୍ରେନ୍ ନଂ. ୧୦ରେ ହେବାକୁ ଥିବା ଲେକ୍ ଜୋନ୍ ନ୍ୟୁଟ୍ରାଲ୍ ପ୍ରକଳ୍ପକୁ ଝଟ୍‌କା ଲାଗିଛି। ଏହାର ଉନ୍ନତୀକରଣ ପାଇଁ କେନ୍ଦ୍ର ସରକାରଙ୍କୁ ବିଏସ୍‌ସିଏଲ୍ ପଠାଇଥିବା ପ୍ରସ୍ତାବ କାଟ୍ ଖାଇଛି। ଡିଜାଇନ୍‌ରେ ବାରମ୍ବାର ପରିବର୍ତ୍ତନ ଓ ଅହେତୁକ ବିଳମ୍ବ ହେବାରୁ ଏଭଳି ସ୍ଥିତି ସାମ୍ନା କରିବାକୁ ପଡ଼ିଛି। ଅଧିକାରୀ ବଦଳିବା ପରେ ଡିଜାଇନ୍ ବଦଳିବା ଅଭ୍ୟାସ କାରଣରୁ ଏଭଳି ସ୍ଥିତି ହୋଇଛି। କେବଳ ଅଧିକାରୀଙ୍କ ଅପାରଗତା ପଦାରେ ପଡ଼ି ନାହିଁ ବରଂ ଭୁବନେଶ୍ବର ବାସିନ୍ଦାଙ୍କ ଚିତ୍ତ ବିନୋଦନ ପାଇଁ ପ୍ରସ୍ତୁତ ହେବାକୁ ଥିବା ଏକ ସୁନ୍ଦର ପ୍ରକଳ୍ପ ହାତଛଡ଼ା ହୋଇଛି। କେବଳ ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାକୁ ସୁନ୍ଦର ଡିଜାଇନ୍‌ର ପରିକଳ୍ପନା କରାଯାଇଥିଲା ତାହା ଏହି ଘଟଣାରୁ ପ୍ରମାଣିତ ହୋଇଛି। ୨୦୧୫ ମସିହାରୁ ୨୦୨୩ ମସିହା(୮ ବର୍ଷ) ମଧ୍ୟରେ ଏହାର ଡିଜାଇନ୍ ୧୦ ଥରରୁ ଅଧିକ ବଦଳିଛି। କ୍ରୀଷ୍ଣ କୁମାରଙ୍କ ଠାରୁ ଆରମ୍ଭ କରି ପ୍ରେମଚନ୍ଦ ଚୌଧରୀ, ସଞ୍ଜୟ ସିଂହ, ବଲ୍‌ୱନ୍ତ ସିଂ, ବିଜୟ ଅମୃତା କୁଲାଙ୍ଗେ ଭଳି ଆଇଏଏସ୍ ଅଫିସର ଦାୟିତ୍ବରେ ରହି ଆସିଛନ୍ତି। କିନ୍ତୁ କେହି ହେଲେ ଏହାର ସଫଳତା ପାଇଁ ଉଦ୍ୟମ କରିନଥିବା ସ୍ପଷ୍ଟ ହୋଇଛି। ତେବେ କେବଳ ଏହି ପ୍ରକଳ୍ପ ନୁହେଁ, ବରଂ ଡ୍ରେନ୍ ନଂ.୧୦ ପାର୍ଶ୍ବରେ ନିର୍ମାଣ ହେବାକୁ ଥିବା ବାକି ଦୁଇଟି ଲେକ୍ ଜୋନ୍ ପ୍ରକଳ୍ପ ମଧ୍ୟ ଫେଲ୍ ମାରିଛି। ବିଡିଏ ସିଟି ସେଣ୍ଟର ଫନିରେ ନଷ୍ଟ ହୋଇଯିବା ପରେ ଏହାକୁ ସ୍ମାର୍ଟ ସିଟିର ସିଟିଜ୍ ପ୍ରକଳ୍ପ ଅଧୀନରେ କରିବାକୁ ଯୋଜନା ହୋଇଥିଲା।

ଏଥିପାଇଁ ଡିପିଆର ପ୍ରସ୍ତୁତ ହେବା ସହ ଟେଣ୍ଡର ମଧ୍ୟ ଡକା ହୋଇଥିଲା। ହେଲେ ଏହା ବାତିଲ୍ ହେଲା। ଏହାକୁ ବିଏମ୍‌ସି ପ୍ରସ୍ତୁତ କରିବ ବୋଲି ନିଷ୍ପତ୍ତି ହେଲା। ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଏହାର ଉନ୍ନତୀକରଣ ହେଉଥିଲେ ମଧ୍ୟ ଲୋକଙ୍କ ପାଇଁ ଯେଉଁ ଆକର୍ଷଣ ଥିଲା ତାହା ଏବେ ଏଥିରେ ଆଉ ନାହିଁ। କେବଳ ପାଣିକୁ ବିଶୋଧନ ବ୍ୟବସ୍ଥା ହୋଇଛି। ‌ନୌଚାଳନା ବା ଅନ୍ୟାନ୍ୟ ଚିତ୍ତ ବିନୋଦନ ବ୍ୟବସ୍ଥା ନାହିଁ। ଲେକ୍ ଜୋନ୍ ୨ ଅବସ୍ଥା ମଧ୍ୟ ତଦ୍‌ରୂପ। ଏଠାରେ ଇଟା ଖଣ୍ଡିଏ ପଡ଼ି ନାହିଁ। ୨୦୧୫ ମସିହାରେ ଯେତ‌େବେଳେ ସ୍ମାର୍ଟ ସିଟି ପ୍ରକଳ୍ପ ଆରମ୍ଭ ହେଲା ସେତେବେଳେ ଏହି ସବୁ ସୁନ୍ଦର ସୁନ୍ଦର ପ୍ରକଳ୍ପର ସ୍ବପ୍ନ ଦେଖାଯାଇଥିଲା। ସହରରୁ ବର୍ଜ୍ୟ ଜଳ ନିଷ୍କାସନ କରିବାରେ ମୁଖ୍ୟ ଭୁମିକା ନିଭାଇଥିବା ପ୍ରାକୃତିକ ନାଳଗୁଡ଼ିକରେ ଏଭଳି ମନଲୋଭା ପ୍ରକଳ୍ପ ଦେଖାଇ ସ୍ମାର୍ଟ ସିଟି ପୁରସ୍କୃତ ହେବା ସହ ମୋଟା ଅଙ୍କର ଆର୍ଥିକ ସହାୟତା ପାଇଥିଲା। କିନ୍ତୁ ଗୋଟିକରେ ମଧ୍ୟ ସଫଳ ହେଲା ନାହିଁ। ବରଂ ଏହି ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରି ଗୁଡ଼ାଏ ବିଫଳ ପ୍ରକଳ୍ପ ପ୍ରସ୍ତୁତ କଲା।

The post ଲେକ୍ ଜୋନ୍ ନ୍ୟୁଟ୍ରାଲ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଲାନି appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button