ରାଜ୍ୟ

ମାଥିଲିରେ ଝାଡ଼ାବାନ୍ତିର ପ୍ରକୋପ: ଆଉଜଣଙ୍କ ମୁଣ୍ଡ ନେଲା, ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଏବେ ଝାଡ଼ାବାନ୍ତିର ପ୍ରକୋପ ପରିଲକ୍ଷିତ ହେଉଛି। ଗତ ସପ୍ତାହକ ମଧ୍ୟରେ ୧୨ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ବ୍ଲକର କୂଟଣିପାଲି ଗ୍ରାମରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଟଲଗୁଡା ଗ୍ରାମରେ ୩ ଜଣ, ୱେବ ତୁଳସୀ ଗ୍ରାମରେ ୬ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।

ଆଜି ସକାଳେ ଲୁଲେର ଗ୍ରାମର ସୁଭଦ୍ରା ନାୟକ ନାମକ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ସମସ୍ତ ଝାଡ଼ାବାନ୍ତି ଗ୍ରାମରେ ମେଡ଼ିକାଲ ଟିମ ପହଞ୍ଚି ଚିକିତ୍ସା କରୁଥିବା ଜଣାପଡିଛି।ସ୍ଥିତି ଏବେ ଗମ୍ଭୀର ହୋଇଯାଇଛି।ମାଥିଲି ମେଡ଼ିକାଲରେ ୧୦ରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହେଉଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button