ରାଜ୍ୟ

ଟିପିସିଓଡିଏଲ୍‌ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଭୁବନେଶ୍ୱର,୨୯।୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌(ଟିପିସିଓଡିଏଲ୍‌) ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ସୋମବାର ପାଳିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବର ୨୮ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ‘ଦେଶର ସମୃଦ୍ଧି ପାଇଁ ସଚ୍ଚୋଟତାର ସଂସ୍କୃତି’ ଶୀର୍ଷକ ବିଷୟବସ୍ତୁରେ ଚଳିତବର୍ଷର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଟିପିସିଓଡିଏଲ୍‌ର କର୍ପୋରେଟ୍‌ କାର୍ଯ୍ୟାଳୟଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍‌ ସିଂହ କମ୍ପାନୀର ବରିଷ୍ଠ ନେତୃତ୍ୱ ଦଳକୁ ସଚ୍ଚୋଟତାର ଶପଥପାଠ କରାଇବା ସହ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରାଯାଇଥିବାବେଳେ ଟିପିସିଓଡିଏଲ୍‌ର ସମସ୍ତ କାର୍ଯ୍ୟକ୍ଷେତ୍ରର କର୍ମଚାରୀ ନିଜ ନିଜ ମୁଖ୍ୟ ଏବଂ ପରିଚାଳକଙ୍କ ନେତୃତ୍ୱରେ ଏକକାଳୀନ ସଚ୍ଚୋଟତା ଶପଥ ଗ୍ରହଣ କରିଥିଲେ। ସେହିଭଳି ସପ୍ତାହସାରା ଟିପିସିଓଡିଏଲ୍‌ର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗ୍ରାମସଭା ଏବଂ ବିଦ୍ୟାଳୟ ଓ କଲେଜ ଆଦିରେ ବକ୍ତୃତା, ବିତର୍କ ପ୍ରତିଯୋଗିତା ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦୁର୍ନୀତି ବିରୋଧରେ ସମସ୍ତ ଅଂଶୀଦାରଙ୍କୁ ଏକଜୁଟ ହେବାକୁ ଉତ୍ସାହିତ କରି ସମସ୍ତ କାର୍ଯ୍ୟାଳୟଠାରେ ବ୍ୟାନର ଓ ପୋଷ୍ଟର ଲଗାଯିବ। ଏହି ପଦକ୍ଷେପ ମାଧ୍ୟମରେ ଟିପିସିଓଡିଏଲ୍‌ ଏକ ସ୍ବଚ୍ଛ, ନୈତିକ ଏବଂ ଦୁର୍ନୀତିମୁକ୍ତ ଭବିଷ୍ୟତ ଗଠନ ପାଇଁ ନିଜର ସମର୍ପଣକୁ ଦୋହରାଇଛି। ଏ ନେଇ ଅରଭିନ୍ଦ୍‌ କହିଛନ୍ତି, ମୁଁ ସମସ୍ତ କର୍ମଚାରୀଙ୍କୁ ଅନୁରୋଧ କରୁଛି, ସେମାନେ ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ସଚ୍ଚୋଟତା ଏବଂ ନୈତିକତାର ମୂଲ୍ୟବୋଧକୁ ପ୍ରତିଫଳିତ କରାନ୍ତୁ। ଏହି ପ୍ରୟାସରେ ଆମର ଯୁବ କର୍ମଚାରୀମାନଙ୍କୁ ମାର୍ଗଦର୍ଶନ କରିବାର ଦାୟିତ୍ୱ ଗ୍ରହଣ କରିବାକୁ ମୁଁ ବରିଷ୍ଠ ନେତୃତ୍ୱଙ୍କୁ ଆହ୍ବାନ କରୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button