ରାଜ୍ୟ

ସରକାରୀ ସ୍କୁଲର ମାନ୍ୟତା ପାଇବ କଟକ ମାଧ୍ୟମିକ ବୋର୍ଡ ହାଇସ୍କୁଲ, ମିଳିଲା କ୍ୟାବିନେଟ୍ ମଞ୍ଜୁରୀ – Ibnodisha

[ad_1]

ଭୁବନେଶ୍ୱର : ସରକାରୀ ସ୍କୁଲର ମାନ୍ୟତା ପାଇବ କଟକ ବଜ୍ରକବାଟିସ୍ଥିତ ବୋର୍ଡ ଅଫ୍ ସେକେଣ୍ଡାରୀ ହାଇସ୍କୁଲ । ୧୯୫୯ରେ ସ୍ଥାପିତ ସହରର ଏହି ପୁରାତନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ନିର୍ବାହ କରିଆସୁଥିଲା । ହେଲେ ଏବେ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ସ୍କୁଲ ଓ ଗଣଶିକ୍ଷା ବିଭାଗ ନେବ । ଏହି ପ୍ରସ୍ତାବ ଉପରେ ଆଜି ରାଜ୍ୟ କ୍ୟାବିନେଟ୍‌ର ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡିଛି । ଏନେଇ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, “ମାଧ୍ୟମିକ ବୋର୍ଡ ଉଚ୍ଚ ବିଦ୍ୟାଳୟ, କଟକ ରାଜ୍ୟ ସରକାରଙ୍କ ଅଧିନକୁ ଆସିବା ସହ ୨୦୨୪ ଜାନୁଆରୀରୁ ଏକାର ଭିତ୍ତିଭୂମିର ବିକାଶ କରାଯିବ । ଏଥି ସହିତ ଶିକ୍ଷକ ଅଭାବ ସମସ୍ୟା ଦୂର କରାଯାଇ ଏହି ପୁରାତନ ତଥା ପ୍ରତିଷ୍ଠିତ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ।

ରାଜ୍ୟ କ୍ୟାବିନେଟ ବୈଠକରେ ୧୦ ପ୍ରସ୍ତାବକୁ ମୋହର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button