ନିଶାଙ୍କ ପାଇଁ ଯାତ୍ରୀ ପେଣ୍ଡାଲରେ ଉଡିଲା ଚେୟାର – Ibnodisha

[ad_1]
ଭୁବନେଶ୍ୱର: ନିଶା ଆସିଲେ ଆଉ କିଛି ସମୟ ରହି ପୁଣି ଚାଲିଗଲେ । ଯାହାକୁ ସହଜରେ ଗ୍ରହଣ କରିପାରିଲେନି ଦର୍ଶକ । ତାପରେ ଯାହା ହେଲା ତାହା ଆପଣଙ୍କ ସାମ୍ନାରେ । ଆଜ୍ଞା ପୁଣି ବିବାଦରେ ଯଲିଉଡ କୁଇନ ନିଶା ମହାରଣା । ଆଜ୍ଞା ପୁଣି ବିବାଦରେ ଯଲିଉଡ କୁଇନ ନିଶା ମହାରଣା। ଓଡିଆ ଯାତ୍ରା ଲୋକମାନଙ୍କ ମନୋରଂଜନର ଏକ ମାଧ୍ୟମ । ଯାତ୍ରାପେଣ୍ଡାଲରେ ଦର୍ଶକମାନଙ୍କୁ ବାନ୍ଧି ରଖିଥାନ୍ତି ନିଶା। କିନ୍ତୁ ବିଗତ କିଛିଦିନ ହେବ ଏହି ଯାତ୍ରା ମଞ୍ଚରେ ବିଭିନ୍ନ ଆଇଟମ ଗାର୍ଲମାନଙ୍କ ବୋଲ୍ଡ ନୃତ୍ୟ ଯୁବପିଢିମାନଙ୍କ ପାଇଁ ଏକ ଭିନ୍ନ ଧରଣର ମନୋରଂଜନର ମାଧ୍ୟମ ପାଲଟିଛି।ଏବେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚିତ ଆଇଟମ ଡାନ୍ସର୍ ନିଶା ମହାରଣାଙ୍କ ବୋଲ୍ଡ ଅନ୍ଦାଜ ତାଙ୍କୁ ଚର୍ଚ୍ଚିତ କରି ରଖିଛି। ଅନୁଗୋଳ ଜିଲ୍ଲା କିଶୋରନଗର ବରପଡ଼ିଆର ଚାଲିଥିବା ଯାତ୍ରାରେ ନିଶା ମହାରଣାଙ୍କ ପାଇଁ ଉଡ଼ିଲା ଚେୟାର। କିଛି ସମୟ ପାଇଁ ଷ୍ଟେଜକୁ ଆସିବାକୁ ନେଇ ଦର୍ଶକଙ୍କ ହଟଗୋଳ ଦେଖିବାକୁ ମିଳିଥିଲା । ଷ୍ଟେଜକୁ ଚେୟାର ଫିଙ୍ଗିବାକୁ ଲାଗିଲେ ଦର୍ଶକେ। ଅଳ୍ପ ସମୟ ପାଇଁ ଆସିଲେ ନିଶା ମହାରଣା, ଆଉ ଚାଲିଗଲେ । ଯାହା ଦର୍ଶକମାନଙ୍କୁ ପସନ୍ଦ ଆସିଲାନି । ନିଶା ଆଉ କିଛି ସମୟ ରହି ମନୋରଂଜନ କରିବାକୁ ଚାହୁଁଥିଲେ ଦର୍ଶକେ । ହେଲେ ନିଶା ଖୁବ୍ କମ୍ ସମୟ ରହି ଫେରିଯାଇଥିଲେ।
ତେବେ ନିଶା ଯିବା ପରେ ପରେ ଯାତ୍ରା ପେଣ୍ଡାଲ୍ ଉପରେ ଉଡ଼ିଲା ଚେୟାର । ହଠାତ୍ ଉତକ୍ଷିପ୍ତ ହୋଇପଡ଼ିଲେ ଯାତ୍ରା ଦେଖୁଥିବା ଉପସ୍ଥିତ ଦର୍ଶକ । ରାଗିକି ନିୟନ୍ତ୍ରଣ ହରାଇ ବସିଲେ । ନିଶାଙ୍କ ପାଇଁ ଷ୍ଟେଜ ଉପରକୁ ଚେୟାର ଫିଙ୍ଗିଲେ । ଏହାପରେ କିଛି ସମୟ ପାଇଁ ନାଟକ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।
[ad_2]




