ରାଜ୍ୟ

ରାୟଗଡା-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଲାଗିଲା ମାଓ ବ୍ୟାନର, ପୋଷ୍ଟରରେ ୩ ନେତାଙ୍କୁ ଧମକ – Ibnodisha

[ad_1]

ରାୟଗଡା : ରାୟଗଡା-କନ୍ଧମାଳ ଜିଲ୍ଲା ସୀମାନ୍ତରେ ମାଓବାଦୀଙ୍କ ପୋଷ୍ଟର । ରାୟଗଡା ଜିଲ୍ଲା କାଶିପୁର ବ୍ଲକର ସୁଙ୍ଗର ପଞ୍ଚାୟତରେ ୨୧ ଜଣଙ୍କୁ ପୋଲିସ ଗିରଫଦାରୀକୁ ନେଇ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲଗାଇଥିବା ଦେଖଇବାକୁ ମିଳିଛି । ସେଥିରେ ଜିଲ୍ଲାର ବରିଷ୍ଠ ବିଜେଡି ନେତାମାନଙ୍କୁ ଟାର୍ଗେଟ୍ କରାଯାଇଛି । ରାମନାକୁପୁଲି ଛକ ନିକଟରେ ଏହି ବ୍ୟାନର ଲାଗିଛି। ଗିରଫ ଆଦିବାସୀଙ୍କୁ ବିନା ସର୍ତ୍ତରେ ଖଲାସ ନକଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଛି । ତେବେ ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।ସୂଚନା ଅନୁସାରେ ଏହି ବ୍ୟାନର ଓ ପୋଷ୍ଟର ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ତରଫରୁ ଲାଗିଥିଲା ଉଲ୍ଲେଖ ରହିଛି । ପୋଷ୍ଟରରେ ନକ୍ସଲମାନେ ଉଲ୍ଲେଖ କରିଛନ୍ତି ଯେ, ରାୟଗଡ଼ା ଜିଲ୍ଲାରେ ନିର୍ଦ୍ଦୋଶ ଲୋକ ଓ ଜନ ଅନ୍ଦୋଳକାରୀଙ୍କୁ ରାତିଅଧିଆ ଉଠାଇ ନେଇ ମାଡ଼ ମାରିବା ଓ ମିଛ କେସରେ ଫସାଇବା ବନ୍ଦ କର। ଜେଲରେ ଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ଖଲାସ କର। ନଚେତ ଏସବୁ ଚକ୍ରାନ୍ତ ଉପରେ ଦାୟୀ ଥିବା ବିଜେଡି ନେତା ଏନ୍ ଭାସ୍କର ରାଓ , ସୁଧିର ଦାଶ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button