ଦେଶ

କାର୍ ଡୋର ଖୋଲି ପାଣିକୁ ଡେଇଁଲେ ଯୁବତୀ – Ibnodisha

[ad_1]

ନୂଆଦିଲ୍ଲୀ: ଭାରସାମ୍ୟ ହରାଇ ନଦୀ ଭିତରକୁ ପଶିଗଲା କାର୍‌। ଫଳରେ ଜୀବନ ବଞ୍ଚାଇବା ପାଇଁ ଗାଡ଼ି ଭିତରେ ଥିବା ଯୁବତୀ କାର୍ ଡୋର୍ ଖୋଲି ପାଣିକୁ ଡେଇଁ ପଡ଼ିଥିଲେ। ଭାରସାମ୍ୟ ହରାଇ ନଦୀ ଭିତରକୁ ପଶିଗଲା କାର୍‌। ଫଳରେ ଜୀବନ ବଞ୍ଚାଇବା ପାଇଁ ଗାଡ଼ି ଭିତରେ ଥିବା ଯୁବତୀ କାର୍ ଡୋର୍ ଖୋଲି ପାଣିକୁ ଡେଇଁ ପଡ଼ିଥିଲେ। ଏହାପରେ କାର୍‌ଟି ଧୀରେ ଧୀରେ ପାଣିରେ ବୁଡ଼ି ଯାଇଥିଲା। ଛତିଶଗଡ଼ ରାୟଗଡ଼ ସହରରେ କେଲୋ ନଦୀରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ଗତକାଲି ସନ୍ଧ୍ୟାରେ କାର୍‌ଟି ନିୟନ୍ତ୍ରଣ ହରାଇ ନଦୀ ଭିତରକୁ ପଶି ଯାଇଥିଲା। ଏଥିରେ ଥିବା ଜଣେ ଯୁବତୀ ବାହାରକୁ ଡେଇଁ ଜୀବନ ବଞ୍ଚାଇଥିବା ବେଳେ କାର୍ ଡ୍ରାଇଭର ନିଖୋଜ ଅଛନ୍ତି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ୍ କରିଥିଲା। କେବଳ କାର୍‌କୁ ପାଣି ଭିତରୁ ବାହାର କରାଯାଇଥିଲା। ଗାଡ଼ି ଭିତରେ ଥିବା ଡ୍ରାଇଭର କିମ୍ବା ଯାତ୍ରୀଙ୍କ ସମ୍ପର୍କରେ କୌଣସି ବି ଖୋଜଖବର ମିଳିପାରିନିା ଏପରିକି ଯୁବତୀ ଜଣକ କିଏ ସେ ସମ୍ପର୍କରେ ବି କିଛି ସୂଚନା ମିଳିପାରିନିା ଚକ୍ରଧରନଗର ପୋଲିସ୍ ସମସ୍ତଙ୍କୁ ଏବେ ଖୋଜୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button