ଦେଶରାଜ୍ୟ

ବରିୟାନି ଖାଇ ଫେରିଲା ବେଳକୁ ୫୦ଲକ୍ଷ ଟଙ୍କା ଭର୍ତ୍ତି ଥିବା ସ୍କୁଟି ହୋଯାଇଥିଲା ଗାଏବ

ନୂଆଦିଲ୍ଲୀ: ଛତିଶଗଡ଼ର ଦୁର୍ଗରେ ଦୁଇଜଣ ଯୁବକ ବ୍ୟବସାୟୀ ସାଙ୍ଗଠାରୁ ୫୦ଲକ୍ଷ ଟଙ୍କାର ସୁନା ଓ ଗାଡ଼ି ଚୋରି କରି ନେଇଯାଇଥିବା ଅଭିଯୁକ୍ତଙ୍କୁ ପୁିଲସ ଗିରଫ କରିଛି। ଗିରଫ ଚୋରଙ୍କ ଠାରୁ ପୁଲିସ ୭୫୦ଗ୍ରାମ ସୁନା ଓ ୯ଟି ବିସ୍କୁଟ ଜବତ କରିଛି।

ଏହି ଚୋରି ଘଟଣାକୁ ନେଇ ଦୁର୍ଗ ଏସପି ଜିତେନ୍ଦ୍ର ଶୁଳ୍କା କହିଛନ୍ତି, ‘ବୈଶାଳୀ ନଗର ନିବାସୀ ସାଗର ହିମ୍ମତ ଜରେ ଜୁଲାଇ ୨୫ ତାରିଖରେ ସୁପେଲା ଥାନାରେ ମାମଲା ରୁଜୁ କରି ତାଙ୍କ ସ୍କୁଟି ଚୋରି ହୋଇଯାଇଥିବା ଅଭିଯୋଗ କରିଥିଲେ।

ଚୋରି ହୋଇଯାଇଥିବା ସ୍କୁଟି ଡିକିରେ ୫୦ଲକ୍ଷ ମୂଲ୍ୟର ସୁନା ରଖିଥିବା ନେଇ ପୁଲିସକୁ କହିଥିଲେ ଅଭିଯୋଗକାରୀ।

ଏହି ଅଭିଯୋଗ ପରେ ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ଚୋରି ସୁନା ଜବତ କରିଥିଲା। ତେବେ ଗିରଫ ଦୁଇ ଅଭିଯୁକ୍ତ ବ୍ୟବସାୟୀଙ୍କ ସାଙ୍ଗ ଥିବା ଜଣାପଡ଼ିଛି।

ପୀଡ଼ିତ ପୁଲିସ ନିକଟରେ ଅଭିଯୋଗ କରି କହିଥିଲେ, ‘ସେ ଦୁର୍ଗସ୍ଥିତ ଜେବିଆର ରିଫାଇନରିରେ ସୁନା ତରଳାଇବା କାମ କରନ୍ତି। ଜୁଲାଇ ୨୫ ତାରିଖରେ ସେ ନିଜ ଦୋକାନରୁ ସୁନା ନେଇ ସ୍କୁଟି ଡିକ୍କିରେ ରଖି ରାତି ୯ଟାରେ ଘରକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ଏକ ବିରିୟାନି ଦୋକାନ ପଡ଼ିବାରୁ ସେ ସେଠାରେ ଖାଇବାକୁ ଅଟକି ଯାଇଥିଲେ। ଖାଇ ସାରି ଦୋକାନ ବାହାରକୁ ବାହାରିବା ପରେ ତାଙ୍କ ସ୍କୁଟି ଗାଏବ ହୋଇଯାଇଥିଲା।’

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button