ଦେଶ

ମନ୍ଦିରରୁ ଫେରିବା ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଗଲା ୭ ଜୀବନ – Ibnodisha

[ad_1]

ନୂଆଦିଲ୍ଲୀ: ତାମିଲନାଡୁରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତିରୁବନନାମାଲାଇ ଜିଲ୍ଲାର ଚେଙ୍ଗମରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ମୃତକଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି । ତରୁବନ୍ନମଲାଇରେ ରବିବାର ଏକ ଟ୍ରକ କାର ଉପରେ ମାଡିଯାଇଥିଲା । କାରରେ ସମୁଦାୟ ୮ ଜଣ ସଦସ୍ୟ ଥିଲେ । ସେମାନେ ତିରୁବାନାମାଲାଇ ମନ୍ଦିରରୁ ଦର୍ଶନ ସାରି ବେଙ୍ଗାଲୁରୁ ଫେରୁଥିଲେ । ସେହି ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ମୃତକଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ସମେତ ଜଣେ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି । ଅନ୍ୟ ଜଣେ ଆହତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର ମଧ୍ୟରୁ ମୃତକଙ୍କୁ ଉଦ୍ଧାର କରିଛନ୍ତି । ଦୁର୍ଘଟଣା ଘଟିବା ପରେ ଟ୍ରକ ଡ୍ରାଇଭର ଖସି ପଲାଇଛି । ପୋଲିସ ଅଧିକାରୀ ଡ୍ରାଇଭରକୁ ଖୋଜିବା ପାଇବ ସନ୍ଧାନ ଜାରି ରଖିଛନ୍ତି ।
ସୂଚନା ଯୋଗ୍ୟ ଆଜି ସକାଳ ସମୟରେ ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ ୱେରେ ବସ୍‌ଟି ନାସିକ ଯାଉଥିଲା । ବସରେ ୩୫ ଜଣ ଯାତ୍ରୀ ରହିଥିବା ବେଳେ ହଠାତ୍‌ କଣ୍ଟେନରକୁ ଧକ୍କା ଦେଇଥିଲା ବସ୍‌ । ଫଳରେ ୧୨ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୨୩ ଗୁରୁତର ହୋଇଛନ୍ତି । ତୀର୍ଥଯାତ୍ରୀମାନଙ୍କୁ ନେଇ ମିନି ଭ୍ୟାନଟି ଶୈଲାନୀ ବାବା ପୀଠକୁ ଯାଉଥିବା ସମୟରେ ରାସ୍ତାରେ ଅଟକି ରହିଥିବା କଣ୍ଟେନରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ ୧୨ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୫ଜଣ ପୁରୁଷ, ୬ଜଣ ମହିଳା ଏବଂ ନାବାଳିକା ରହିଛନ୍ତି । ଆହତ ହୋଇଥିବା ୨୩ ଜଣ ଯାତ୍ରୀଙ୍କ ମଧ୍ୟରୁ କିଛି ଛତ୍ରପତି ସମ୍ଭାଜୀନଗର ସରକାରୀ ହସ୍ପିଟାଲ, କିଛି ନାସିକ ଏବଂ କିଛି ପୁନେ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ ବସଟିର ଅଧିକାଂଶ ଅଂଶ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ତେବେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

The post ମନ୍ଦିରରୁ ଫେରିବା ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଗଲା ୭ ଜୀବନ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button