ଦେଶ

ଜମ୍ମୁ କାଶ୍ମୀର ମୁସଲିମ କନଫରେନ୍ସର ଉଭୟ ଗୋଷ୍ଠୀକୁ ୫ ବର୍ଷ ବ୍ୟାନ ଘୋଷଣା କଲା ଗୃହ ମନ୍ତ୍ରଣାଳୟ – Ibnodisha

[ad_1]

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ମୁସଲିମ କନଫରେନ୍ସର ଉଭୟ ଗୋଷ୍ଠୀକୁ ୫ ବର୍ଷ ବ୍ୟାନ ଘୋଷଣା କଲା କେନ୍ଦ୍ର । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମୁସଲିମ କନଫରେନ୍ସର ସୁମଜୀ ଗୋଷ୍ଠୀ ଏବଂ ମୁସଲିମ କନଫରେନ୍ସ ଜେକେ (ଭଟ୍ଟ ଗୋଷ୍ଠୀ)କୁ ଆସନ୍ତା ପାଞ୍ଚ ବର୍ଷ ପାଇଁ ବେଆଇନ ସଙ୍ଗଠନ ବୋଲି ଘୋଷଣା କରିଛି । ଭାରତ ବିରୋଧୀ କାର୍ୟ୍ୟକଳାପ ଅଭିଯୋଗରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ସଂଗଠନ ଏବେ କୌଣସି କାର୍ୟ୍ୟାଳୟ କିମ୍ବା ଅନ୍ୟ କୌଣସି କାର୍ୟ୍ୟକଳାପ ସଞ୍ଚାଳିତ କରିପାରିବ ନାହିଁ । ଦେଶର ସାର୍ବଭୌମତ୍ୱ ତଥା ଅଖଣ୍ଡତା ବିରୋଧରେ ଏହି ସଂଗଠନଗୁଡ଼ିକର ନିଜ କାର୍ୟ୍ୟକଳାପ ମାଧ୍ୟମରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ମନ୍ତ୍ରଣାଳୟ ଉଲ୍ଲେଖ କରିଛି ଯେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ୟ୍ୟକଳାପକୁ ସମର୍ଥନ କରିବା ଏବଂ ଆତଙ୍କବାଦୀଙ୍କୁ ଲଜିଷ୍ଟିକ ସହାୟତା ଯୋଗାଇବାରେ ମୁସଲିମ କନଫରେନ୍ସ ଜମ୍ମୁ-କଶ୍ମୀର (ସୁମଜୀ ଦଳ)ର ସଦସ୍ୟମାନେ ଅଂଶଗ୍ରହଣ କରିଥିବାର ପ୍ରମାଣ ରହିଛି । ସେହିପରି ଏହାର ନେତା ଏବଂ ସଦସ୍ୟମାନେ ବିଭିନ୍ନ ଉତ୍ସ ମାଧ୍ୟମରେ ଆତଙ୍କୀ ପାଣ୍ଠି ସଂଗ୍ରହରେ ସହଯୋଗ କରିଛନ୍ତି । ସଂଗଠନ ଆତଙ୍କବାଦୀ କାର୍ୟ୍ୟକଳାପକୁ ସମର୍ଥନ କରିବା ସହିତ ବେଆଇନ କାର୍ୟ୍ୟକଳାପ କରିବା ପାଇଁ ଜାମ୍ମୁ କାଶ୍ମୀରର ସୁରକ୍ଷା ବାହିନୀ ଉପରେ ପଥର ଫିଙ୍ଗିବା ପରି କାର୍ୟ୍ୟରେ ନିଜକୁ ସମ୍ପୃକ୍ତି କରିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button