ଦେଶ

ଗାଡି ଧକ୍କାରେ ଚାଲିଗଲା ୧୨ ଗୋରୁଙ୍କ ଜୀବନ – Ibnodisha

[ad_1]

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ନିକଟସ୍ଥ ଜାତୀୟ ରାଜପଥ ନଂ ୧୪୩ ତଳସେରା ଛକ ନିକଟରେ ଆଜି ଭୋର ସମୟରେ ଏକ ମାଲ ବୋଝେଇ ଭାରୀଯାନ  ଦୁର୍ଘଟଣା ଯୋଗୁ ୧୨ଟି ଗୋରୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘୋଟାଇ ଭାରୀଯାନ ଗାଡ଼ି ଫେରାର ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ପାଞ୍ଚଟା ସମୟରେ ରାଉରକେଲାରୁ ଝାରଖଣ୍ଡ ଅଳକୁ ଯାଉଥିବା ଏକ ମାଲବୋଝେଇ ଭାରୀଯାନ ଦ୍ରୁତଗତିରେ ଆସି ବୀରମିତ୍ରପୁର ପୌରପାଳିକା ୧୧ ନମ୍ବର ୱାର୍ଡ ତଳସେରା ଛକ ନିକଟରେ ରାସ୍ତାକଡ଼ରେ ବସିଥିବା ଗୋରୁଙ୍କ ଉପରେ ଗାଡି ଚଢ଼ାଇ ଦେବାରୁ ଘଟଣାସ୍ଥଳରେ ହିଁ  ୧୨ ଗୋରୁଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଗାଡ଼ିଟି ଘଟଣାସ୍ଥଳରୁ ଝାରଖଣ୍ଡକୁ ଫେରାର ହୋଇଯାଇଥିବା ଦେଖଣାହାରୀଙ୍କ ସୁତ୍ରରୁ ପ୍ରକାଶ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button