ଅପରାଧ

ପ୍ରେମିକା ଘରେ ପ୍ରେମିକର ଗୁପ୍ତାଙ୍ଗ କାଟିଦେଲେ ପରିବାର ଲୋକେ – Ibnodisha

[ad_1]

ନୂଆଦିଲ୍ଲୀ: ବିହାରର ମୁଜାଫରପୁରରୁ ଏକ ଯନ୍ତ୍ରଣାଦାୟକ ମାମଲା ସାମ୍ନାକୁ ଆସିଛି। ପ୍ରେମିକାକୁ ପ୍ରେମ କରିବା ପ୍ରେମିକ ପାଇଁ ହେଲା କାଳ । ମୁଜାଫରପୁର ଜିଲ୍ଲାର ନଗର ପୋଲିସ ଷ୍ଟେସନ ଅଞ୍ଚଳର ଜଣେ ଯୁବକ ଉକ୍ତ ଅଞ୍ଚଳର ଗୋଟେ ଝିଅକୁ ଭଲ ପାଉଥିଲେ। ଯୁବକ ଜଣକ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ଝିଅର ପରିବାର ଲୋକ ଯୁବକଙ୍କୁ ଧରିଥିଲେ। ଏହା ପରେ ତାଙ୍କୁ ମାଡ଼ ମାରି ଯୁବକଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ । ପୀଡ଼ିତ ଯୁବକ ବର୍ତ୍ତମାନ ବାରିଆ ଅଞ୍ଚଳର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି କୁହାଯାଉଛି। ଏସମ୍ପର୍କରେ ଟାଉନ୍‌ ପୋଲିସ ଷ୍ଟେସନରେ ଯୁବକଙ୍କ ପରିବାର ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ପୁଅର ପ୍ରେମିକା ତାଙ୍କୁ ଫୋନ କରି ତାର ବାପାର ସ୍ବାସ୍ଥ୍ୟାବସ୍ଥା ଖରାପ ଅଛି, ତାଙ୍କୁ ହସ୍ପିଟାଲ ନେବା ପାଇଁ କହିଥିଲା । ଏହାପରେ ସେ ସାରୟାଗଞ୍ଜରେ ଥିବା ଯୁବତୀଙ୍କ ଘରକୁ ଯାଇଥିଲା । ସେଠାରେ ପହଞ୍ଚିବା ପରେ ଝିଅ ଘର ପରିବାର ଲୋକେ ମୋ ପୁଅକୁ ଆକ୍ରମଣ କରିବା ପରେ ତାର ଗୁପ୍ତାଙ୍ଗକୁ କାଟି ଦେଇଥିଲେ ।
ଏନେଇ ପୋଲିସ କହିଛି ଯେ, ଯୁବକ ଓ ତାଙ୍କ ପ୍ରେମିକା ଗତ କିଛି ବର୍ଷ ହେବ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ଯୁବତୀଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ । ଯୁବକଙ୍କଠାରୁ ଦୂରେଇ ରହିବାକୁ ଯୁବତୀଙ୍କ ପରିବାର ଲୋକେ ବାରମ୍ବାର କହୁଥିଲେ । ଏଥିପାଇଁ ଯୁବକଙ୍କୁ ମଧ୍ୟ ଅନେକ ଥର ଧମକ ମିଳିଥିଲା । କିନ୍ତୁ ସେ ନଶୁଣିବାରୁ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ଘରକୁ ଡାକି ଆକ୍ରମଣ କରିଥିଲେ ।
ଏ ବାବଦରେ ଟାଉନ୍‌ ପୋଲିସ ଷ୍ଟେସନ୍‌ ମୁଜାଫରପୁରର ଝଐଙ କହିଛନ୍ତି,ପୀଡ଼ିତ ବାପାଙ୍କ ଦ୍ୱାରା ଥାନାରେ ଲିଖିତ ଅଭିଯୋଗ ପରେ ଏ ବାବଦରେ ଏଫ୍ଆଇଆର୍ ପଞ୍ଜୀକୃତ କରିଛୁ । ଏ ଘଟଣାକୁ ନେଇ ବର୍ତ୍ତମାନ ତଦନ୍ତ ଚାଲିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button