ରାଜନୀତି

ଜମି ଦୁର୍ନୀତି ପ୍ରସଙ୍ଗ: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବିଶାଳ ଜନ ଆନ୍ଦୋଳନ – Ibnodisha

[ad_1]

ଭୁୁବନେଶ୍ୱର: ଜମି ଦୁର୍ନୀତି ବିରୋଧରେ ଭୁବନେଶ୍ୱର ଉପକଣ୍ଠ ଡେରାସରେ ବିଶାଳ ଜନ ଆନ୍ଦୋଳନ ଆୟ‌ୋଜିତ ହୋଇଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକାଠି ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ। ଡେରାସ ଚାଷୀଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସମାବେଶରେ ଚାଷୀଙ୍କ ସହ ଆଲୋଚନା କରୁଛନ୍ତି। ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଜମି ଦୁର୍ନୀତି ସହ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଣି ଅବରୋଧ କରିଥିବା ଅଭିଯୋଗ ଆଣି ପୂର୍ବରୁ ରାଜ୍ୟ ସରକାରଙ୍କୁ ଘେରିଥିଲେ ଭୁବନେଶ୍ୱର ସାଂସଦ। ଜମି ଅବରୋଧ ନେଇ ଅଭିଯୋଗ କରିବା ପରେ ଅବରୋଧ ହଟାଇବା ପାଇଁ କୋଦାଳ ଧରିଥିଲେ ସାଂସଦ। ଶେଷରେ ନଡ଼ିଆ ଭାଙ୍ଗି ଉତ୍ସବ ପାଳନ କରିଥିଲେ। ଭୁବନେଶ୍ୱର ଉପକଣ୍ଠରେ ଏକର ଏକର ଜମି ଅବରୋଧ ହଟାଇବା ପାଇଁ କ୍ଷତିଗ୍ରସ୍ତଙ୍କ ସହ ମିଶି ଅଭିଯାନ ଚଳାଇଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ୧୫୦ ଏକର ଜମି ହଡ଼ପ କରାଯାଉଥିବା ନେଇ ସଂଗୀନ ଅଭିଯୋଗ କରିଥିଲେ ସେ।
ଉଲ୍ଲେଖନୀୟ ଯେ ଏହି ଅଞ୍ଚଳରେ ୧୫୦ ଏକର ଚାଷଜମିକୁ କିରୁଥିକା ପ୍ରଭାକରନ୍‌ ତାରବାଡ଼ ଘେରାଇ ରଖିଥିବା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଅଭିଯୋଗ କରିଥିଲେ। ଏହି ଜମି ଭିତରେ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଜଳସେଚନ ପାଇଁ ଆସିଥିବା କେନାଲ୍‌ ରହିଛି। ଫଳରେ ୨ ବର୍ଷ ହେଲା ଭଗବତୀପୁର ଓ ଗିରିଙ୍ଗାପୁଟ୍ଟ ଗ୍ରାମର ୩୦୦ ଏକର ଚାଷ ଜମି ଜଳସେଚିତ ହୋଇ ପାରୁନଥିଲା। ୨ବର୍ଷ ଧରି ଏଭଳି ଲାଗି ରହିବା ପରେ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ‌ଲେଖିଥିଲେ। କିନ୍ତୁ କୌଣସି ଉତ୍ତର ଆସିନଥିଲା। ଶେଷରେ ସାଂସଦ ନିଜେ ଗତ ୯ତାରିଖରେ କେନାଲ୍‌ ଖୋଳିଥିଲେ। ଏହା ପରେ ସରକାରୀ ତତ୍ପରତା ପ୍ରକାଶ ପାଇଥିଲା। କ୍ଷୁଦ୍ର ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ ଚିଠି ଲେଖି କେନାଲ୍‌କୁ ଜବରଦଖଲ ମୁକ୍ତ କରିବାକୁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ତାଗିଦ କରିଥିଲେ। ଏଣେ ସାଂସଦ କିରୁଥିକାଙ୍କୁ ମିଛରେ ବଦନାମ କରୁଥିବା ଉଲ୍ଲେଖ କରି ତାଙ୍କ ଓକିଲ ସାଂସଦଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ନୋଟିସ୍‌ କରିଥିଲେ। ହେଲେ ସାଂସଦ କ୍ଷମାପ୍ରାର୍ଥନା କରିନଥିଲେ, ବରଂ କେନାଲ୍‌କୁ ଜବରଦଖଲ ମୁକ୍ତ କରିବାର ପ୍ରୟାସ ଜାରି ରଖିଥିଲେ। ଶେଷରେ ସାଂସଦଙ୍କ ଅଭିଯୋଗ ସତ ବୋଲି ସ୍ବୟଂ ସରକାର ପ୍ରମାଣ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button