ରାଜନୀତି

ବିଭିନ୍ନ ବିଭାଗର ସାମୁହିକ ବିଫଳତା ହେଉଛି ୫-ଟି ଓ ଆମ ଓଡ଼ିଶା – Ibnodisha

[ad_1]

ଭୁବନେଶ୍ୱର : ବିଜୁ ଜନତା ଦଳର ଜଣେ ସାଧାରଣ ସଦସ୍ୟଭାବେ ଏହି କେତେଦିନ ହେବ ଯୋଗ ଦେଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ “ଓଡ଼ିଶା ରୂପାନ୍ତରୀକରଣ”ର ନାରା ଦେବା ଅତ୍ୟନ୍ତ ହାସ୍ୟାସ୍ପଦ । ଅଣଓଡ଼ିଆ ହୋଇ ଓଡ଼ିଆ ଲୋକଙ୍କୁ ଅନ୍ଧ କହିବା ରାଜ୍ୟବାସୀଙ୍କ ପାଇଁ ଲଜ୍ଜ୍ୟା । ଘରେ ନପଶୁଣୁ ଚାଳ ବାଜିଲାଣି, ଆଗକୁ କ’ଣ ହେବ? ବାସ୍ତବରେ ଶ୍ରୀ ପାଣ୍ଡିଆନ ସ୍ଥିତି ନପରଖି ରୂପାନ୍ତରୀକରଣର ବିବୃତି ଦେବା ଓଡ଼ିଶାବାସୀଙ୍କୁ କୃର ଉପାହାସ ସଦୃଶ । ଯଦି ୨୩ବର୍ଷ ଶାସନରେ ରୂପାନ୍ତରୀକରଣ ହୋଇଛି ତାହାଲେ ଜଗନ୍ନାଥ ମନ୍ଦିରରେ ଭକ୍ତ ଶୃଙ୍ଖଳିତ ପ୍ରବେଶ କାହିଁକି କରିପାରୁନାହାନ୍ତି? କାର୍ତିକ ମାସରେ ଲୋକେ ପ୍ରଭୁଙ୍କ ଦର୍ଶନ କରିପାରିଲେ ନାହିଁ । ସେହିପରି ସ୍କୁଲରେ ରଙ୍ଗ ବୋଳି ରୂପାନ୍ତରୀକରଣ ନାରା ଦେଉଛନ୍ତି । ବିଦ୍ୟାଳୟ ଗୁଡିକର ଭିତିଭୂମି ନାହିଁ । ଡାକ୍ତରଖାନାରେ କୋଠା ଅଛି କିନ୍ତୁ ଡାକ୍ତର ନାହାନ୍ତି । ଅସରାଏ ବର୍ଷା ହେଲେ ରୂପାନ୍ତରିତ ବିଦ୍ୟାଳୟର କାନ୍ଥ ଭୁଷୁଡି ପଡିବା ସହ ସ୍କୁଲରେ ଶିକ୍ଷକଙ୍କ ଅଭାବ । ଯେଉଁ ଶିକ୍ଷକ ଅଛନ୍ତି ସେମାନେ ଟଙ୍କା ନପାଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଏହାକୁ କ’ଣ ୫-ଟି ଅଧ୍ୟକ୍ଷକୁ ରୂପାନ୍ତରୀକରଣ ଦେଖାଯାଉଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

ବିଜୁ ଜନତା ଦଳ ୨୩ବର୍ଷ ଶାସନରେ ରହିବି ଏଯାଏଁ କୌଣସି ରୂପାନ୍ତରୀକରଣ କରିନାହାନ୍ତି । ରୂପାନ୍ତରୀକରଣର ଆଳ ଦେଖାଇ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ବିଭିନ୍ନ ବିଭାଗ ବୁଲୁଛନ୍ତି । ସେହି ସବୁ ବିଭାଗର ମନ୍ତ୍ରୀ ଗଲେ କୁଆଡେ? ଓଡ଼ିଶାର ସମସ୍ତ ବିଭାଗକୁ ପଙ୍ଗୁ କରିଛନ୍ତି । କୌଣସି ବିଭାଗର ମନ୍ତ୍ରୀ କୌଣସି ବିଭାଗ ଦେଖିପାରୁ ନାହାନ୍ତି । ବିଜେଡି ରୂପାନ୍ତରଣ କଥା କହୁଛି ବାସ୍ତବରେ ଏହାର କାମ କିଏ କରୁଛି ତାହାର ହିସାବ ଶାସକ ଦଳ ଦେଲେ ଭଲ ହେବ । ରଙ୍ଗ ମାରିଦେଲେ ରୂପାନ୍ତରୀକରଣ ହୁଏ ନାହିଁ, କାମ କରିବାକୁ ପଡେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

 

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button