ରାଜନୀତି

ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ – Ibnodisha

[ad_1]

ଶିକ୍ଷାରେ ଓବିସି ସଂରକ୍ଷଣ ବାଧକ ବିଜେଡି ସରକାର

: ସୁରଥ ବିଶ୍ୱାଳ

 ଓବିସି ବର୍ଗର ୪ଜଣ ଓଡିଆ କୃତି ସନ୍ତାନଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯାଇଥିବାରୁ ମୋଦି ସରକାରଙ୍କୁ ଧନ୍ୟବାଦ
 ଯୁଗାନ୍ତକାରୀ ପିଏମ୍ ବିଶ୍ୱକର୍ମା ଯୋଜନା ପଛୁଆ ବର୍ଗର ଶିଳ୍ପୀକୁଳ ପାଇଁ ବରଦାନ ସଦୃଶ
 ଶିକ୍ଷା ଅନୁଷ୍ଠାନରେ ଓବିସି ସଂରକ୍ଷଣ ପାଇଁ ଆନ୍ଦୋଳନ କରିବ ଓବିସି ମୋର୍ଚ୍ଚା

ଭୁବନେଶ୍ୱର : ଓଡିଶାରେ ପଛୁଆ ବର୍ଗ ଷଡଯନ୍ତ୍ରରେ ଶିକାର ହେଉଛନ୍ତି । ସ୍କୁଲ କଲେଜରେ ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ବ୍ୟବସ୍ଥାରୁ ବଂଚିତ ରଖାଯାଉଛି । ପଛୁଆ ବର୍ଗଙ୍କୁ ଗଣତନ୍ତ୍ରରେ ଉଚିତ୍ ସମ୍ମାନ ଦିଆଯାଉନାହିଁ । ଓଡିଶା ଜନସଂଖ୍ୟାର ୫୪ ପ୍ରତିଶତ ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ସରକାର ଅନ୍ୟାୟ କରିଛନ୍ତି । ମଣ୍ଡଳ କମିଶନ ସୁପାରିସ ଆଧାରରେ ୨୭ପ୍ରତିଶତ ସଂରକ୍ଷଣ ଦେଉନାହାଁନ୍ତି ଓଡିଶା ସରକାର । ବିଜେପି ଏଥିପାଇଁ ଆଗକୁ ଆନ୍ଦୋଳନ କରିବ ଏବଂ ପଛୁଆବର୍ଗର ସ୍ୱାର୍ଥ ପାଇଁ ଲଢେଇ ଜାରୀ ରଖିବ ବୋଲି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ରାଜ୍ୟରେ ୫୪ପ୍ରତିଶତ ଭାଗ ପଛୁଆବର୍ଗର ଛାତ୍ରଛାତ୍ରୀମାନେ ରାଜ୍ୟ ବିଜେଡି ସରକାରଙ୍କ ଦାୟିତ୍ୱହୀନ ଓ ବେଖାତିରି ମନୋଭାବ କାରଣରୁ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ ହେଉଛନ୍ତି । ଦେଶର ଅନ୍ୟ ରାଜ୍ୟମାନଙ୍କରେ ଶିକ୍ଷା କ୍ଷେତ୍ରରେ ନାମ ଲେଖା ପାଇଁ ୨୭ପ୍ରତିଶତ ସଂରକ୍ଷଣ ଦିଆଯାଉଥିବାବେଳେ ଓଡ଼ିଶାରେ ଆଦୌ ଦିଆନଯିବା ବା କାର୍ଯ୍ୟକାରି ନହେବା ସମ୍ପର୍କରେ କାର୍ଯ୍ୟକାରିଣୀରେ ଗଭୀର ଚିନ୍ତାପ୍ରକଟ କରିଛନ୍ତି । ରାଜ୍ୟ ସରକାର ସବୁଜାଣି, ନଜାଣିବା ପରି ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଛନ୍ତି । ଫଳରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପଛୁଆବର୍ଗର ବିଦ୍ୟାର୍ଥୀ ସେମାନଙ୍କର ଇପ୍‌ସିତ ଲକ୍ଷ୍ୟରେ ପହଂଚିବାରେ ବିଫଳ ହେଉଛନ୍ତି । କାର୍ଯ୍ୟକାରିଣୀ ରାଜ୍ୟ ବିଜେଡି ସରକାରଙ୍କର ଓବିସି ବିରୋଧୀ ମନୋଭାବକୁ ଦୃଢ଼ ନିନ୍ଦା କରିବା ସହ ଆଗାମୀ ନାମ ଲେଖା ଋତୁରେ ରାଜ୍ୟ ସରକାର ଓବିସି ଓ ଏସିବିସି ଛାତ୍ରଛାତ୍ରୀମାନଙ୍କର ସଂରକ୍ଷଣ ସମ୍ପର୍କରେ କୌଣସି ନିଷ୍ପତି ନ ନିଅନ୍ତି ପରିସ୍ଥିତି ଭୟାବହ ହେବ ବୋଲି କାର୍ଯ୍ୟକାରିଣୀରେ ସତର୍କ କରିଛନ୍ତି ଶ୍ରୀ ବିଶ୍ୱାଳ ।
ପଛୁଆ ବର୍ଗର ଉଦ୍ୟୋଗିମାନଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାର ୫୦ଲକ୍ଷରୁ ୧୫କୋଟି ପର୍ଯ୍ୟନ୍ତ ଋଣ ଯୋଗାଇ ଦେବା ପାଇଁ ‘ଭେଂଚର କ୍ୟାପିଟାଲ ସ୍କିମ୍‌’ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ବେକାର ଯୁବକ ଯୁବତୀମାନେ ଆତ୍ମନିଯୁକ୍ତିରେ ଓ ସ୍ୱାବଲମ୍ବୀ ହେବା ପାଇଁ ଯଥେଷ୍ଟ ସୁବିଧା ପାଇପାରିବେ । ମୋଦି ସରକାରଙ୍କର ଐତିହାସିକ ନିଷ୍ପତି ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’ ପଛୁଆ ବର୍ଗଙ୍କ ପାଇଁ ଏକ ବରଦାନ ସଦୃଶ । ଏହି ଯୁଗାନ୍ତକାରୀ ପଦକ୍ଷେପ ଦ୍ୱାରା କୌଳିକ ଓ ପାରମ୍ପରିକ ବୃତିକୁ ଜୀବିକାଭାବେ ଗ୍ରହଣ କରିଥିବା ୧୮ଟି ବର୍ଗର ଶିଳ୍ପୀକୂଳଙ୍କୁ ବଂଚିବାର ରାସ୍ତାକୁ ସୁଗମ କରିବ ନିଶ୍ଚୟ । ଯୋଜନାରେ ପ୍ରଶିକ୍ଷଣ, ବୃତି ପ୍ରମାଣପତ୍ର ସାଙ୍ଗକୁ ୧୫ହଜାର ଟଙ୍କାର ଟୁଲ୍ କୀଟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଆବଶ୍ୟକ ସ୍ଥଳେ ୫ପ୍ରତିଶତ ସୁଧ ହାରରେ ଲକ୍ଷେ ଟଙ୍କା ଋଣ ଏବଂ ପରବର୍ତୀ ଅବସ୍ଥାରେ ଆଉ ୨ଲକ୍ଷ ଟଙ୍କା ଋଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହି ଯୁଗାନ୍ତକାରୀ ଲୋକାଭିମୁଖୀ ପଦକ୍ଷେପ ପାଇଁ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।
ଓଡ଼ିଶାର କଳା, ଭଜନ ଓ ଲୋକନୃତ୍ୟରେ ସୁନାମ ଅର୍ଜନ କରିଥିବା ଓବିସି ବର୍ଗର ୪ଜଣ ଓଡ଼ିଆ କୃତି ସନ୍ତାନଙ୍କୁ ପ୍ରଧାନମନ୍ତ୍ରୀ ପଦ୍ମଶ୍ରୀ ପୁୁରସ୍କାରରେ ସମ୍ମାନିତ କରିଛନ୍ତି । ଏଥିସହ ୫୦୦ବର୍ଷର ବିବାଦର ପୂର୍ଣ୍ଣଚ୍ଛେଦ ପକାଇ ପୁରାଣ ପ୍ରସିଦ୍ଧ ଅଯୋଧ୍ୟାର ରାମଜନ୍ମ ଭୂମିରେ ‘ରାମଲାଲା’ଙ୍କର ପ୍ରାଣପ୍ରତିଷ୍ଠା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ।
ଆଜି ଭୁବନେଶ୍ୱରର ମଚେଂଶ୍ୱରଠାରେ ଓବିସି ମୋର୍ଚ୍ଚା ରାଜ୍ୟକାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଓବିସି ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ତଥା ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି, ରଞ୍ଜନ ପଟେଲ ପ୍ରମୁଖ ଉପସ୍ଥିତ ରହି ଦଳୀୟ ସଂଗଠନରେ ମୋର୍ଚ୍ଚାର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ ସର୍ବପ୍ରଥମେ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁକାନ୍ତ କୁମାର ବିଶ୍ୱାଳ ଶୋକପ୍ରସ୍ତାବ ଆଗତ କରିଥିଲେ । ରାଜ୍ୟ ସାଧାରଣ ସଂପାଦକ ପ୍ରତାପ ପ୍ରଧାନ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିବାବେଳେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଉପସଭାପତି ଦୁର୍ଗାପ୍ରସନ୍ନ ନାୟକ, ରାଜ୍ୟ ସଂପାଦକ ସିଦ୍ଧାର୍ଥ ଶଙ୍କର ପତି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଜୋନାଲ କୋଡିନେଟର ଚିତରଞ୍ଜନ ଦାସ ବିଶ୍ୱକର୍ମା ଯୋଜନା ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କାର୍ଯ୍ୟକାରିଣୀରେ ପରାମର୍ଶ ଦେଇଥିଲେ । ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୁଶ୍ମନ୍ତ ଦାସ କାର୍ଯ୍ୟକାରିଣୀରେ ସହଯୋଗ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି ମୋର୍ଚ୍ଚାର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ କାର୍ଯ୍ୟକାରିଣୀକୁ ଅବଗତ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button