ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଓଡ଼ିଆ ଝିଅ ଦୀପ୍ଗ୍ରେସ୍ ଏକ୍କା – Ibnodisha

[ad_1]
ଭୁବନେଶ୍ବର: ଅନ୍ତର୍ଜାତୀୟ ହକି ଖେଳାଳି ତଥା ଓଡ଼ିଆ ଝିଅ ଦୀପ୍ଗ୍ରେସ୍ ଏକ୍କା ଅବସର ଗ୍ରହଣ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ନିପଟ ମଫସଲ ଗାଁ ଲୁଲକିଡିହି ବାମନିବାହାଲ (ପଡ଼ା)ର ଦୀପ୍ଗ୍ରେସ୍ ଏକ୍କା ଏକଦା ମହିଳା ହକି ଦଳର ଉପଅଧିନାୟିକା ଭାର ସମ୍ଭାଳିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସ ପରେ ଦ୍ବିତୀୟ ଥର ପାଇଁ ଟୋକିଓ ଅଲିମ୍ପିକ୍ସ ଖେଳିବାର ସୁଯୋଗ ପାଇଥିଲେ।
୨୯ ବର୍ଷିୟା ଦୀପଗ୍ରେସ୍ଙ୍କ ବାଲିଶଙ୍କରା ବ୍ଲକର ଛତିଶଗଡ଼-ଝାଡ଼ଖଣ୍ଡ ସୀମାନ୍ତ ଏହି ଛୋଟ ଗାଁର ଟିଣ ଛପର ଘରୁ ଟୋକିଓ ଅଲିମ୍ପିକ୍ସର ଲମ୍ବା ଯାତ୍ରା ଏବେ ବେଶ୍ ଚର୍ଚ୍ଚାରେ ଥିଲେ। ଏକ ଗରିବ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ଦୀପଗ୍ରେସ୍ଙ୍କ ବାପା ଚାର୍ଲସ୍ ଏକ୍କା ହକି ଖେଳାଳି ଥିଲେ। ଦଳର ରକ୍ଷଣଭାଗ ସମ୍ଭାଳୁଥିବା ଚାର୍ଲସ୍ ସେତେବେଳେ ଝାଡ଼ଖଣ୍ଡ, ଛତିଶଗଡ଼ ଅଞ୍ଚଳକୁ ମ୍ୟାଚ୍ ଖେଳିବାକୁ ଯାଉଥିଲେ। କିନ୍ତୁ ସରକାରୀ ପ୍ରୋତ୍ସାହନ ଏବଂ ଉନ୍ନତ ତାଲିମ ଅଭାବରୁ ସେ ଗାଁ ଖେଳାଳି ହୋଇ ରହିଯାଇଥିଲେ। ଦୀପଗ୍ରେସ୍ ତାଙ୍କ ସବା ସାନ ଝିଅ, ଯିଏକି ଭାରତୀୟ ଦଳରେ ଜଣେ ଭଲ ଖେଳାଳି ଥିଲେ। ଦୀପଗ୍ରେସ୍ଙ୍କୁ ଭାରତ ସରକାର ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି।
[ad_2]