ରାଜନୀତି

ବିଜେପି ସାଂସଦମାନେ ଲୋକଙ୍କ କଥା କହୁନାହାନ୍ତି : ପ୍ରଣବ ପ୍ରକାଶ – Ibnodisha

[ad_1]

 ଜାତୀୟ ରାଜପଥର ଅବସ୍ଥା ପାଇଁ ଦାୟୀ କିଏ ଲୋକେ ପଚାରନ୍ତୁ
 ମୁଖ୍ୟମନ୍ତ୍ରୀଙ୍କ ଯୋଡ଼ିଶଙ୍ଖ ଆହ୍ଵାନକୁ ସଫଳ କରିବାକୁ ପ୍ରଣବଙ୍କ ନିବେଦନ
ଅନୁଗୁଳ, : ସମ୍ବଲପୁର ସାଂସଦ ପ୍ର‌ାର୍ଥୀ ତଥା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ଅନୁଗୁଳରେ ଦଳ ପାଇଁ ପ୍ରଚାର କରିଛନ୍ତି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିବା ସହ ବିଜେଡିକୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ।
ଆଜି ସକାଳେ ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ହିଙ୍ଗୁଳା ମନ୍ଦିରରେ ପ୍ରଣବ ପ୍ରକାଶ ଦାସ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ସେ ଛେଣ୍ଡିପଦାରେ ପହଞ୍ଚିଥିଲେ। ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ପରେ ସମ୍ମୁଖରେ ଥିବା ପଡ଼ିଆରେ ସାଧ‌ାରଣ ଲୋକଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେ କହିଥିଲେ ଯେ, ଗତ ଥର ଲୋକମାନେ ବିଜେପି ସାଂସଦଙ୍କୁ ଜିତାଇଥି‌ଲେ ବି ସମ୍ବଲପୁର ସାଂସଦଙ୍କୁ ଦେଖିବାକୁ ପାଇନାହାନ୍ତି। ବିଜେପି ସାଂସଦମାନେ ଓଡ଼ିଶାର ସ୍ଵର ଉଠାଇ ନାହାନ୍ତି। ଏପଟେ ଏହି ଜିଲ୍ଲାରୁ ଜଣେ ନେତା କେନ୍ଦ୍ରମନ୍ତ୍ରୀ ହୋଇଥିବା ବେଳେ ଜିଲ୍ଲାବାସୀ ୫୫ ନମ୍ବର ଜାତୀୟ ରାଜପଥରେ ନିତି ମରୁଛନ୍ତି। କେନ୍ଦ୍ର ସରକାର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ। କିନ୍ତୁ ନବୀନ ସରକାର ପାଇଁ ଓଡ଼ିଶା ଓ ଓଡ଼ିଶାବାସୀ ମୁଖ୍ୟ। ଏଣୁ ଲୋକମାନେ କାହା ସପକ୍ଷରେ ଯିବେ ନିଜ‌େ ନିଷ୍ପତ୍ତି ନେବାର ସମୟ ଆସିଛି। ମୁଖ୍ୟମନ୍ତ୍ରୀ କହିଥିବା ଯୋଡ଼ି ଶଙ୍ଖ ଅନୁସାରେ ‌ଲୋକେ ଏଥର ବିଜେଡିକୁ ଆଶୀର୍ବାଦ କରିବେ। ଓଡ଼ିଶାକୁ ୧ ନମ୍ବର କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ଵପ୍ନକୁ ସାକାର ପାଇଁ ଲୋକେ ବିଜେଡିକୁ ବାଛିବେ ବୋଲି ପ୍ରଣବ କହିଥିଲେ।
ଏହି ସଭାରେ ଛେଣ୍ଡିପଦା ବିଧାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ କହିବା ସହ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ। ବିଜେଡି ସହ ପର‌୍ୟ୍ୟବେକ୍ଷକ କୁନ ବିହାରୀ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ବିଧାନସଭା ନିର୍ବାଚନମଣ୍ଡଳୀ ପର‌୍ୟ୍ୟବେକ୍ଷକ ସଞ୍ଜୟ କୁମାର ଅଗ୍ରୱାଲ, ବିଜେଡି ନେତା ଭାଗୀରଥି ନେପୁ ଦାସ, ସହ ପର‌୍ୟ୍ୟବେକ୍ଷକ ରୋଶନା ସାହୁ, ବ୍ଲକ୍ ବିଜେଡି ସଭାପତି ଶରତ ଚନ୍ଦ୍ର ଗଡ଼ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ସାହୁ, ଉପାଧ୍ୟକ୍ଷା ଝରଣା ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ଭାନୁପ୍ରିୟା ପ୍ରଧାନ, ସତ୍ୟବ୍ରତ ଦେହୁରୀ, ନଗେନ ପ୍ରଧାନ, ତୃପ୍ତିମଂଜରୀ ସାହୁଙ୍କ ସମେତ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତର ପ୍ରାୟ ୧୫ ହଜାର କର୍ମୀ ଉପସ୍ଥିତ ଥିଲେ। ସେହିପରି ମା’ ହିଙ୍ଗୁଳାଙ୍କ ଦର୍ଶନ ସମୟରେ ତାଙ୍କ ସହିତ ବିଜେଡିର ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ, ଅନୁଗୁଳ ଜିଲ୍ଲା ସହ ପର‌୍ୟ୍ୟବେକ୍ଷକ କୁନ ବିହାରୀ ଦାସ, ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା‌ରେ ଦ୍ଵିତୀୟ ସ୍ଥାନ ହାସଲ କରିଥିବା ଅନିମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button