ରାଜନୀତି

ନବୀନ ନିବାସରେ କୋରାପୁଟ ସମୀକ୍ଷା – Ibnodisha

[ad_1]

ଭୁବନେଶ୍ୱର: ପ୍ରଥମେ ପୁରୀ, କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ପରେ ଏବେ କୋରାପୁଟ ସଂସଦୀୟ କ୍ଷେତ୍ରକୁ ନେଇ ନବୀନ ନିବାସରେ ଆରମ୍ଭ ହେଇଛି ବୈଠକ। ନବୀନ ନିବାସରେ କୋରାପୁଟ ନେତାଙ୍କୁ ନେଇ ଏହି ବୈଠକ ଆରମ୍ଭ ହେଇଛି । ପର୍ୟ୍ୟବେକ୍ଷକଙ୍କ ସହ ବିଧାୟକ ଓ ଆଶାୟୀ ନେତାଙ୍କୁ ନେଇ ଆଲୋଚନା କରୁଛନ୍ତି ବିଜେଡି ସୁପ୍ରିମୋ । ଏହି ବୈଠକରେ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, ଜଗନ୍ନାଥ ସାରକାଙ୍କ ସହିତ ରବି ନନ୍ଦ, ପ୍ରୀତମ ପାଢୀ, ଭାସ୍କର ରାଓ ଓ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଅଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ କୋରାପୁଟ ସଂସଦୀୟ କ୍ଷେତ୍ରରେ ପରାଜୟ ବରଣ କରିଥିଲା ବିଜେଡି । ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ହରାଇଥିଲେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା । ତେଣୁ କୌଣସିମତେ ଏହି ଆସନକୁ ଆଉ ଥରେ ହରାଇବାକୁ ଚାହୁଁନି ବିଜେଡି । ତେଣୁ ଆଶାୟୀ ପ୍ରାର୍ଥୀ ଓ ପର୍ୟ୍ୟବେକ୍ଷକଙ୍କୁ ନେଇ ଦଳର ସୁପ୍ରିମୋ ଆଲୋଚନା କରୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button