ରାଜନୀତି

କିଏ ସେହି ରହସ୍ୟମୟୀ ମହିଳା? : ଅପରାଜିତା – Ibnodisha

[ad_1]

ଭୁବନେଶ୍ୱର: ବର୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ନିକଟସ୍ଥ ଅଧିକାରୀ ମାନଙ୍କ ଶାସନ ପ୍ରଶାସନ ଅତ୍ୟନ୍ତ କୌତୁହଳପ୍ରଦ, ରୋମାଞ୍ଚକ ଏବଂ ହାସ୍ୟାସ୍ପଦ ହୋଇସାରିଛି । ମୁଖ୍ୟମନ୍ତ୍ରୀ ରୋମ ଯାଉଛନ୍ତି, ଟୋକିଓ ଯାଉଛନ୍ତି କିନ୍ତୁ ରାଜ୍ୟବାସୀଙ୍କ ସହ ମିଶିବା ପାଇଁ ନିଜର ବ୍ୟକ୍ତିଗତ ସଚିବଙ୍କୁ ଲଗାଇଛନ୍ତି ଯାହା ସ୍ୱାଧୀନ ଭାରତ ଇତିହାସର ଗଣତନ୍ତ୍ର ଶାସନରେ ଏଭଳି ଦେଖାଯାଇନାହିଁ । କୌଣସି ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ନିଜର ପ୍ରତିନିଧି ଭାବେ ଜଣେ ସରକାରୀ କର୍ମଚାରୀଙ୍କୁ ଜନସାଧାରଣ କାମର ଦାଇତ୍ୱ ଦେବା ସ୍ୱାଧୀନ ଭାରତରେ ମୁଁ ଆଜି ପର୍ଯ୍ୟନ୍ତ ଦେଖିନାହିଁ । ଯେତେବେଳେ ଜନତା ପଚାରୁଛନ୍ତି ୩୦ କିଲୋମିଟର ଯିବା ପାଇଁ ହେଲିକାଫ୍ଟର କଣ ଦରକାର ଏହାର କୌଣସି ଉତ୍ତର ଦିଆଯାଉନାହିଁ । ଯେତେବେଳେ ଜନସାଧାରଣ ପଚାରୁଛନ୍ତି ଆମ ଦ୍ୱାରା ନିର୍ବାଚିତ ପ୍ରତିନିଧି ମାନେ ସରକାରୀ କର୍ମଚାରୀଙ୍କ ପାଇଁ କାହିଁକି ଟେଣ୍ଟ ବାନ୍ଧିବେ ଏବଂ ଚେୟାର ପକାଇବେ ଭିଡ ଏକାଠି କରିବେ ଏହାର କୌଣସି ଉତ୍ତର ଦିଆଯାଉନାହିଁ । ଯେତେବେଳେ ଜନସାଧାରଣ ପଚାରୁଛନ୍ତି ୨୪ ବର୍ଷର ସ୍ୱର୍ଣ୍ଣିମ ଶାସନ ପରେ ୫୬୦୦୦ ହଜାର ଅଭିଯୋଗ କାହିଁକି ଏହାର କୌଣସି ଉତ୍ତର ଦିଆଯାଉନାହିଁ । ଜନସାଧାରଣ ଜାଣିବାକୁ ଚାହୁଁଛନ୍ତି କି ରାଜ୍ୟରେ ନିୟମିତ ଭାବେ ହେବାକୁ ଥିବା ଜଣ ଅଭିଯୋଗ ଶୁଣାଣି ବ୍ୟବସ୍ତା ସମ୍ପୂର୍ଣ ଅଚଳ ହୋଇଛି କାହିଁକି ? ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ଯେ CMO ତାଙ୍କ ନିର୍ଦେଶରେ ଜିଲ୍ଲା ପରିଦର୍ଶନ କରିଛି । ଭାରତରେ ଏକମାତ୍ର ମୁଖ୍ୟମନ୍ତ୍ରୀ ଯାହାର କାର୍ଯ୍ୟାଳୟ ହେଉଛି କେବଳ ଜଣେ ନିମ୍ନ ପଦସ୍ଥ ସଚିବ ସ୍ତରର ସରକାରୀ କର୍ମଚାରୀ । ଯାହା ସ୍ୱାଧୀନ ଭାରତର ଇତିହାସ ଏବଂ ବର୍ତମାନ ସମ୍ପୂର୍ଣ ବିରଳ ,ଏହାର କୌଣସି ଉତ୍ତର ଦିଆଯାଉନାହିଁ ।

ବର୍ତମାନ ଓଡ଼ିଶାରେ ହେଉଥିବା ସମସ୍ତ ଠିକା କାମକୁ ସୁଚିନ୍ତିତ ଭାବେ ଅଣଓଡ଼ିଆ କଣ୍ଟ୍ରାକ୍ଟରକୁ ଦିଆଯାଉଛି । ଓଡ଼ିଆ କଣ୍ଟ୍ରାକ୍ଟର ବ୍ୟବସାୟୀ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି ଏହାର କାରଣ କଣ ଏହାର କୌଣସି ଉତ୍ତର ଦିଆଯାଉନାହିଁ । ଜନସାଧାରଣ ପଚାରୁଛନ୍ତି କାହିଁକି ହତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ବାଣ୍ଟିବାରେ ବହୁତ ବିଳମ୍ୱ ହେଉଛି, ଏହାର କୌଣସି ଉତ୍ତର ଦିଆଯାଉନାହିଁ । କାହିଁକି ଖଣି କ୍ଷେତ୍ରରେ ଉଚ୍ଚମାନର ଲୁହା ଏବଂ ମାଙ୍ଗାନିଜ ପଥରର ମାନକୁ ଅତ୍ୟନ୍ତ ନିମ୍ନ ମାନର ଦେଖାଯାଉଛି ଯାହାଦ୍ୱାରା ବ୍ୟାପକ ରାଜସ୍ବ ହାନି ଏବଂ ଜିଲ୍ଲା ଖଣିଜ ପାଣ୍ଠି କ୍ଷତିଗ୍ରସ୍ତ ହେଉଛି, ଏହାର କୌଣସି ଉତ୍ତର ଦିଆଯାଉନାହିଁ । ରାଜଧାନୀର ଅନତି ଦୂରରେ ଜଣେ ପ୍ରଭାବଶାଳୀ ମହିଳା ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ବଳପୂର୍ବକ ଭାବେ ଜଙ୍ଗଲ ଜମି, ସରକାରୀ ଜମି, ମନ୍ଦିର ଜମୀ ଏବଂ କେନାଲ ଜମି , ବିଭିନ୍ନ ଲୋକଙ୍କ ବ୍ୟକ୍ତିଗତ ଜମି ମାଡ଼ିବସିଛନ୍ତି ଏବଂ ୩୦୦ ଏକର ଚାଷଜମିକୁ ବିଗତ ୨ ବର୍ଷ ହେବ ଜଳସେଚନ କେନାଲକୁ ବଳପୂର୍ବକ ପୋତିଛନ୍ତି ।ସରକାରଙ୍କ ସହଯୋଗ ଏବଂ ସଂରକ୍ଷଣ ସମ୍ପୂର୍ଣ ସ୍ପଷ୍ଟ ହେଉଥିଲେ ମଧ୍ୟ ଏହାର କୌଣସି ଉତ୍ତର ଦିଆଯାଉନାହିଁ । ଯେତେବେଳେ ବିରୋଧୀଦଳ ନେତା ଶ୍ରୀ ଜୟ ନାରାୟଣ ମିଶ୍ର ଏବଂ ସାଂସଦ ବସନ୍ତ ପଣ୍ଡା ଏକ ନିର୍ଦ୍ଧିଷ୍ଟ ରହସ୍ୟମୟୀ ମହିଳାଙ୍କ ବିଷୟରେ କହିଥିଲେ ଯିଏ ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ଯାଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବାଧ ପ୍ରବେଶ କରୁଛନ୍ତି କାହିଁକି । ଏହାର କୌଣସି ଉତ୍ତର ଦେବା ପରିବର୍ତେ ଦଳୀୟ ପ୍ରବକ୍ତା ମାନେ ବିରୋଧୀ ଦଳ ନେତାମାନଙ୍କୁ ପାଗଳ ବୋଲି କହୁଛନ୍ତି ଏବଂ ଏହାର କୌଣସି ଉତ୍ତର ଦିଆଯାଉନାହିଁ ।

ଗଣମାଧ୍ୟମ ଦ୍ୱାରା ପ୍ରକାଶ ପାଉଛି ଯେ ନିର୍ଦ୍ଧିଷ୍ଟ ରହସ୍ୟମୟୀ ମହିଳା ହେଉଛନ୍ତି ଜଣେ ନର୍ସ ବା ଥେରାପିସ୍ଟି ଅଟନ୍ତି । ଯଦି ଏହା ସତ୍ୟ ହୋଇଥାଏ ଏହା ଅତ୍ୟନ୍ତ ସଂଗୀନ ଏବଂ ଚିନ୍ତାଜନକ ବିଷୟ । ଓଡିଶା ପରି ଗୁରୁତ୍ୱପୂର୍ଣ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ଗୁପ୍ତ ଘରୋଇ ବ୍ୟବସ୍ତା ଉପରେ ଛାଡ଼ିଦେବା ଉଚିତ ନୁହେଁ । ଏହି ଗୁପ୍ତ ଚିକିତ୍ସା ନିର୍ଦ୍ଧିଷ୍ଟ ରହସ୍ୟମୟୀ ମହିଳାଙ୍କ ଦ୍ୱାରା କରାଯାଉଛି କି ? ଏହି ରହସ୍ୟମୟୀ ମହିଳାଙ୍କୁ ଚିକତ୍ସା ପାଇଁ କିଏ ଚୟନ କରିଛି ? ରହସ୍ୟମୟୀ ମହିଳା କେଉଁ ପ୍ରକାର ଚିକିତ୍ସା କରୁଛନ୍ତି ? ଉଦେଶ୍ୟମୂଳକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ନେତା ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ଠାରୁ ଦୂରରେ ରଖାଯାଇଛି କି ? ଶେଷଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସିଧା ସଳଖ ବ୍ୟକ୍ତିଗତ ଭାବେ ମୁଖ୍ୟ ଶାସନ ସଚିବ ଏବଂ ଉନୟନ ଆୟୁକ୍ତ କେବେ ଭେଟିଥିଲେ ? ରାଜ୍ୟର ଗୁଇନ୍ଦା ତଥ୍ୟ କିଏ ମୁଖ୍ୟମନ୍ତ୍ରୀଙ୍କୁ ଦେଉଛି ? ରାଜ୍ୟରେ କଣ ଘଟୁଛି ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ ? ରାଜ୍ୟ ବାସୀଙ୍କୁ ଏ ସମସ୍ତ ବିଷୟର ସ୍ପଷ୍ଟ ଉତ୍ତର ଆବଶ୍ୟକ ।  କୌଣସି ପ୍ରଶ୍ନର ଉତ୍ତର ନଦେଇ ବାରମ୍ବାର ବିଧାନସଭା ମୁଲତବୀ କରିବା ଟାଳ ଟୁଳ ନୀତିରେ ପଳାୟନ କରିବା ଦୁର୍ବଳତାର ପରିଚୟ ଏହା କେତେ ଦିନ ପର୍ଯ୍ୟନ୍ତ ଚାଲିବ ?

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button