ରାଜ୍ୟ
ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି – Ibnodisha

[ad_1]
କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଠାକୁରମାପାଟଣାରେ ଏଭଳି ଘଟଣା ଘଟିଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମେଡିକାଲ୍ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଠାକୁରମାପାଟଣାର ମାନୀ ପୀଙ୍ଗୁଆ ଓ ତାଙ୍କ ସ୍ଵାମୀ ଘରେ ଶୋଇଥିଲେ। ଏତିକି ବେଳେ ଘରେ ପଶି ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କରଞ୍ଜିଆ ଓ ପରେ କେନ୍ଦୁଝର ମେଡିକାଲ୍ ସ୍ଥାନାନ୍ତର କରାଯାଇଛି।
[ad_2]