ରାଜ୍ୟ

ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍‌

ପୁରୀ: ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। ସଂଶୋଧିତ ବିଜ୍ଞପ୍ତି ଅନୁସାରେ ପୁରୀ ବେଳାଭୂମି ଓ ପୌରାଞ୍ଚଳରେ ଖୋଲିବନି ମଦ କ୍ୟାବିନ୍‌। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ରଖି ନୀତିରେ ପରିବର୍ତ୍ତନ କରାଯାଇଛି। ବେଳାଭୂମିରେ ମଦ କ୍ୟାବିନ ଖୋଲିବା ନେଇ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବାପରେ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର।

ଧାର୍ମିକ ଅନୁଷ୍ଠାନର ୫ କି.ମି ପରିଧି ମଧ୍ୟରେ ଖୋଲିବନି ମଦ କ୍ୟାବିନ୍‌। ଏହାସହିତ ରାଜ୍ୟର ଅନ୍ୟ ଧାର୍ମିକ ଅନୁଷ୍ଠାନରେ ମଧ୍ୟ ମଦ ଦୋକାନ ଖୋଲିବନି ବୋଲି କୁହାଯାଇଛି। ଗତ ଦୁଇ ଦିନ ତଳେ ପୁରୀ ଶଙ୍କରାଚାର୍ଯ୍ୟ ଏହି ଘଟଣାକୁ କଡା ନିନ୍ଦା କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button