ରାଜନୀତି

ଆଜି ନବୀନ ନିବାସ ଘେରିବ ଯୁବ କଂଗ୍ରେସ – Ibnodisha

[ad_1]

ଭୁବନେଶ୍ୱର : ଶୁକ୍ରବାର ନବୀନ ନିବାସ ଘେରିବ ଯୁବ କଂଗ୍ରେସ । ଦୀର୍ଘ ୨୪ ବର୍ଷ ମଧ୍ୟରେ ରାଜ୍ୟରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବଢି ଚାଲିଛି । ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ଦଳ। ତେବେ ରାଜ୍ୟ ସରକାର ଯୁବକମାନଙ୍କ ସହ ପ୍ରତାରଣା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ସେହିଭଳି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜୁ ଯୁବ ବାହିନୀ ନିର୍ମାଣ କରିଥିଲେ। ଏବେ ସେହି ବାହିନୀ କେଉଁଠାରେ ବୋଲି ମଧ୍ୟ ପ୍ରଶ୍ନ କରିଛି କଂଗ୍ରେସ। କେବଳ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଯୁବକମାନଙ୍କୁ ସ୍ୱୟମ ଯୋଜନାରେ ୧ ଲକ୍ଷ ଟଙ୍କା ଋଣ ଦେଉଛନ୍ତି। କିନ୍ତୁ ଯୁବକମାନଙ୍କୁ ଚାକିରୀ ଦରକାର, ଋଣ ଦରକାର ନୁହେଁ ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button