ରାଜ୍ୟ
ବ୍ୟବସାୟୀଙ୍କ ଘରେ ଇଡି ରେଡ : ୧୦ଟି ଜାଗାରେ ଚାଲିଛି ଚଢ଼ାଉ – Ibnodisha

[ad_1]
ରାଉରକେଲା : ଇଡି ଜାଲରେ ରାଉରକେଲାର ପ୍ରମୁଖ ବ୍ୟବସାୟୀ ତଥା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମୱାଲା। ଆଜି ସକାଳେ ଅଜୟ କଦମୱାଲାଙ୍କ ଘର ସମେତ ୧୦ଟି ଜାଗାରେ ରେଡ କରିଛି ଇଡି । ଅଜୟ କଦମୱାଲାଙ୍କ ଘର, ଅଫିସ୍, ଗୋଦାମରେ ଚାଲିଛି ଚଢ଼ାଉ । ରେଡ୍ ବେଳେ ସୁରକ୍ଷା ପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି। ଅଜୟ କଦମୱାଲା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇଥିବା ବେଳେ ବହୁ ବ୍ୟବସାୟରେ ବି ସେ ସଂପୃକ୍ତ। ରାଉରକେଲାର ପାଖାପାଖି ୧୦ଟି ସ୍ଥାନ, କାର୍ଯ୍ୟାଳୟ, ଛେଣ୍ଡସ୍ଥିତ ଘର, ବଡ଼ବିଲ ଓ ଭୁବନେଶ୍ୱରରେ ଥିବା ଅଫିସରେ ଏହି ରେଡ କରାଯାଉଛି। ସକାଳ ୮ଟାରୁ ଏହି ରେଡ ଆରମ୍ଭ ହୋଇଛି। ଭୁବନେଶ୍ୱର ଓ ରାଞ୍ଚିରୁ ବହୁ ଟିମ୍ ଆସି ପହଞ୍ଚିଥିବା ବେଳେ ୨୦ରୁ ଅଧିକ ଅଫିସର ଅଛନ୍ତି। ଘଟଣାସ୍ଥଳରେ ସିଆରପିଏଫ ମୁତୟନ ହୋଇଛନ୍ତି।
[ad_2]