ରାଜ୍ୟ

ମହାପ୍ରଭୁଙ୍କ ଜମି ବିକି ୬ ଗିରଫ

ପୁରୀ: ପୁରୀ ମାଟିତୋଟା ମୌଜାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମି ବେଆଇନ୍‌ ଭାବେ ଜବରଦଖଲ କରି ନିଜ ପରିବାର ନାମରେ କରିବା ସହ ବାହାର ଲୋକଙ୍କୁ ବିକ୍ରି ଅଭିଯୋଗରେ ବାସେଳିସାହି ଥାନା ପୁଲିସ ଆଜି ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାସେଳିସାହି ଥାନା ଗୋଖାସାହିର ଶିଶୁଳା ବେହେରା(୪୦), ମୋହନ ବେହେରା(୪୫), ଯଶୋବନ୍ତ ବେହେରା(୨୯), ରତ୍ନାକର ବେହେରା(୩୧), ସନ୍ୟାସୀ ବେହେରା(୨୯) ଓ ବାବୁ ବେହେରା(୩୨)। ଗିରଫ ପରେ ୬ଜଣଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ବାସେଳିସାହି ଥାନା ଅନ୍ତର୍ଗତ ମାଟିତୋଟା ମୌଜାର ୟୁନିଟ୍‌ ନମ୍ବର-୧, ଖାତା ନମ୍ବର ୩୮ରେ ୧୦୯ଟି ପ୍ଲଟ୍‌ ରହିଛି। ଯାହା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଛି। କିନ୍ତୁ ମହାବୀର ଜନସେବା ସଂଘ କ୍ଲବ୍‌ର କର୍ମକର୍ତ୍ତାମାନେ ୧୦୯ଟି ପ୍ଲଟ୍‌କୁ ଜବରଦଖଲ କରି ରଖିବା ପରେ ଏହାକୁ ନିଜ ପରିବାର ଲୋକଙ୍କ ନାଁରେ କରାଇନେବା ସହ ଅନ୍ୟଙ୍କୁ ବିକ୍ରି କରିବା

ଆରମ୍ଭ କରି ଦେଇଥିଲେ। ଏ ବାବଦରେ କୋଟିକୋଟି ଟଙ୍କାର ବେପାର ହେଉଥିଲା। ଏସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ରାଜସ୍ବ ବିଭାଗ ଓଏସ୍‌ଡି ଶିବଶଙ୍କର ସାହୁ ବାସେଳିସାହି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଆଧାରରେ ୨୪୦/୨୪ ନମ୍ବରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଆଜି ମହାବୀର ଜନସେବା ସଂଘ କ୍ଲବ୍‌ର ୬ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି।
ବାସେଳିସାହି ଥାନା ପୁଲିସ କହିଛି, ଗୋଖାସାହିରେ ଥିବା ମହାବୀର ଜନସେବା ସଂଘ କ୍ଲବ୍‌ର ସଭାପତି, ସମ୍ପାଦକ ଓ ଅନ୍ୟ ସଦସ୍ୟମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏହି ଜମିକୁ ଜବରଦଖଲ କରି ରଖିଥିଲେ। ଏହା ମହାପ୍ରଭୁଙ୍କ ଜାଗା ଜାଣି ବି ଦଖଲ ପରେ ବେଆଇନ ଭାବେ ନିଜ ପରିବାର ଲୋକଙ୍କ ନାଁରେ କରାଇ ନେଇଥିଲେ। ବାହାର ଲୋକଙ୍କୁ ଅବାଧରେ ଏହି ପ୍ଲଟ୍‌ ସବୁ ବିକ୍ରି କରିଥିଲେ। ମାର୍କଣ୍ଡେଶ୍ବରସାହି ଅନ୍ତର୍ଗତ ଗୋଖାସାହିରେ ଥିବା ମହାବୀର ଜନସେବା ସଂଘ(ପଞ୍ଜୀକୃତ ନମ୍ବର ୫୯୦୬/୧୧୯/୨୦୦୨)ର କର୍ମକର୍ତ୍ତାମାନେ ନୋଟାରି ସତ୍ୟପାଠ ଜରିଆରେ ଦଲିଲ କରି ବାହାର ଲୋକଙ୍କୁ ଏହି ଜମି ବିକ୍ରି କରିବା ଘଟଣା ପଦାକୁ ଆସିବା ପରେ ଏହି ଜାଲିଆତିର ପର୍ଦ୍ଦାଫାସ ହୋଇଥିଲା। ଏ ବାବଦରେ କ୍ଲବ‌୍ର କର୍ମକର୍ତ୍ତାମାନେ ପ୍ରାୟ ୨୮ଲକ୍ଷ ଟଙ୍କା ନେଇଥିଲେ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button