ରାଜ୍ୟ
ରେଭେନ୍ସାର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦୀନବନ୍ଧୁ ମିଶ୍ରଙ୍କ ପରଲୋକ

କଟକ: ବର୍ଷୀୟାନ ଶିକ୍ଷାବିତ୍ ତଥା ରେଭେନ୍ସା କଲେଜ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦୀନବନ୍ଧୁ ମିଶ୍ରଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା।
ପ୍ରଫେସର ମିଶ୍ର ରାଜ୍ୟଗୋଷ୍ଠୀ ବୃତ୍ତି ପାଇ କାନାଡ଼ାର ମାନିଟୋବା ବିଶ୍ବବିଦ୍ୟାଳୟରୁ ‘ଡକ୍ଟରେଟ’ ଲାଭ କରିଥିଲେ। ସେ ଉଚ୍ଚଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରିଥିଲେ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ମଧ୍ୟ ଥିଲେ।
ଅବସର ଗ୍ରହଣ ପରେ ପ୍ରଫେସର ମିଶ୍ର ଭୁବନେଶ୍ୱରର ସତ୍ୟନଗରସ୍ଥ ବାସଭବନରେ ଅଵସ୍ଥାନ କରୁଥିଲେ।
ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ଦୁଇ କନ୍ୟା ରତ୍ନପ୍ରଭା ମିଶ୍ର, ମିତାଲି ହୋତା, ବୋହୂ ସୁସ୍ମିତା ତ୍ରିପାଠୀ ଓ ଜ୍ୱାଇଁ ଚିନ୍ମୟାଂଶୁ ମିଶ୍ର ଉପସ୍ଥିତ ଥିଲେ। ପ୍ରଫେସର ମିଶ୍ରଙ୍କ ବିୟୋଗରେ ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ଡକ୍ଟର ନାରାୟଣ ମହାନ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।



