ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ଅଛି ଅବପାତ। ଆଜି ଆହୁରି ଦୁର୍ବଳ ହୋଇ ଲଘୁଚାପର ରୂପ ନେବ। ଉତ୍ତର ଛତିଶଗଡ଼ ଆଡ଼େ ଗତି କରି ଲଘୁଚାପର ରୂପ ନେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଏହାର ପ୍ରଭାବରେ ୬ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରିଛି।
ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ସହ ଘଡ଼ଘଡ଼ି ନେଇ ସତର୍କ ସୂଚନା ଜାରି ହୋଇଛି। ବଲାଙ୍ଗିର, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ାର ବିଭିନ୍ନ ଅଞ୍ଚଳ ପାଇଁ ସତର୍କ ଜାରି କରାଯାଇଛି। ଅନ୍ୟପଟେ ପ୍ରବଳ ବର୍ଷା ପାଇଁ ଗଞ୍ଜାମ ଓ ମାଲକାନଗିରିକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ଏଥିପାଇଁ ସମସ୍ତ ସରକାରୀ, ଘରୋଇ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରହିବ। ଅବପାତଜନିତ ବର୍ଷା ପାଇଁ ଜିଲ୍ଲା ପ୍ରଶାସନ ନେଇଛି ଏହି ପଦକ୍ଷେପ।
ସେହିପରି ସମୁଦ୍ର ଅଶାନ୍ତ ଥିବାରୁ ରାଜ୍ୟର ଗୋପାଳପୁର ଓ ପୁରୀ ପାଇଁ ୩ ନଂ ବିପଦ ସଙ୍କେତ ଜାରି ହୋଇଥିବା ବେଳେ ପାରାଦ୍ୱୀପ ଓ ଧାମରା ବନ୍ଦର ପାଇଁ ୧ ନଂ ବିପଦ ସଙ୍କେତ ଜାରି କରାଯାଇଛି। ଏହା ବ୍ୟତୀତ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ଥିବା ବେଳେ ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। କଚ୍ଚା ଘର କଚ୍ଚା ରାସ୍ତା ମଧ୍ୟ ପ୍ରଭାବିତ ହେବା ସହ ଗଛ ଡାଳ ଭାଙ୍ଗିବାର ସମ୍ଭାବନା ରହିଥିବ ପୂର୍ବାନୁମାନ କରାଯାଇ