ରାଜ୍ୟ

ଭୁଲରେ ବି କରନ୍ତୁନି ଏହି କାମ ନଚେତ ଆପଣଙ୍କ ଉପରେ ପଡିଯିବ ଶିବଙ୍କ କୋପ ଦୃଷ୍ଟି, ଦିଅନ୍ତି କଠୋର ଦଣ୍ଡ

ସୋମବାରକୁ ଶିବଙ୍କର ଦିନ ବୋଲି ଧରାଯାଏ। କୁହାଯାଏ ଯେ ଏହି ଦିନରେ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯାଏ। ଏହି କାରଣରୁ ଶିବଙ୍କୁ ତାଙ୍କ ଭକ୍ତ ଭୋଳାନାଥ କହନ୍ତି। କୁହାଯାଏ ଯେ ଯେଉଁ ବ୍ୟକ୍ତି ଭୋଳାନାଥଙ୍କୁ ସତ୍‌ ମନରେ ଡାକନ୍ତି ସେ ତାଙ୍କର ସମସ୍ତ ଇଚ୍ଛାକୁ ପୂରଣ ନିଶ୍ଚୟ କରନ୍ତି। କିନ୍ତୁ ଯେତେବେଳେ ମହାଦେବ କ୍ରୋଧିତ ହୋଇଯାନ୍ତି ସେତେବେଳେ ସେ ପ୍ରଳୟକାରୀ ହୋଇଯାନ୍ତି। ଶିବ ପୁରାଣରେ ୬ ପାପ ବିଷୟରେ କୁହାଯାଇଛି। କୁହାଯାଏ ଯେ ଯେଉଁ ବ୍ୟକ୍ତି ଏହି ୬ ପାପ ମଧ୍ୟରୁ କୌଣସି ବି ପାପ କରନ୍ତି ସେ ଶିବଙ୍କ କୋପର ଶିକାର ହୁଅନ୍ତି। ତେବେ ଆସନ୍ତୁ ଜାଣିବା କଣ ସେହି ପାପ?

-ଯଦି କିଏ କୌଣସି ନିରୀହ ଲୋକଙ୍କୁ କଷ୍ଟ ଦିଅନ୍ତି କିମ୍ବା ତାଙ୍କୁ କିଏ କ୍ଷତି ପହଁଚାଇବାକୁ ଚେଷ୍ଟା କରନ୍ତି, ତେବେ ଏହାଦ୍ୱାରା ଭୋଳାନାଥ କ୍ରୋଧିତ ହୋଇଯାନ୍ତି ଏବଂ ସେହି ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଅନ୍ତି।

shiv-ଯଦି ଆପଣଙ୍କ ମନରେ କାହା ପ୍ରତି ବି କୌଣସି ପ୍ରକାର ଦୁର୍ଭାବନା ରହିଥାଏ କିମ୍ବା ଅହିତ ଭାବନା ରଖିଥାନ୍ତି ତେବେ ଏହାକୁ ମଧ୍ୟ ପାପ ବୋଲି କୁହାଯାଏ। କାରଶ ଭଗବାନଙ୍କୁ କିଛି ବି ଅଜଣା ନଥାଏ। ଏମିତି ଭାବନା ରଖୁଥିବା ଲୋକଙ୍କ ଉପରେ ଭୋଳାନାଥ କ୍ରୋଧିତ ହୋଇଯାନ୍ତି।

-କାହା ବିଷୟରେ ଖରାପ କହିବା ମଧ୍ୟ ପାପ ଶ୍ରେଣୀର ଅଟେ। କୁହାଯାଏ ଯେ ଏମିତି ଲୋକଙ୍କୁ ଭଗବାନ ଶିବ କ୍ଷମା କରନ୍ତି ନାହିଁ। କାହା ସମ୍ମାନ ଉପରେ କ୍ଷତି ପହଁଚାଇବାକୁ ମଧ୍ୟ ପାପ ବୋଲି କୁହାଯାଏ ଏବଂ ଏହା ମଧ୍ୟ ଅକ୍ଷମା ପାପ ଶ୍ରେଣୀର ଅଟେ।

lord-ପର ପୁରୁଷ କିମ୍ବା ପର ନାରୀଙ୍କ ଉପରେ ଖରାପ ନଜର ରଖିବା ମଧ୍ୟ ପାପ ଶ୍ରେଣୀରେ ଆସିଥାଏ। ଏହଭିଳି ଭାବନା ରଖୁଥିବା ବ୍ୟକ୍ତିଙ୍କ ଉପର ଭଗବାନ ଶିବ କୋପ ନଜରରେ ଦେଖନ୍ତି ଏବଂ ତାଙ୍କୁ କଠୋର ଦଣ୍ଡ ଦିଅନ୍ତି।

-ଅନ୍ୟର ସମ୍ପତ୍ତିକୁ ହଡପ କରିବାକୁ ଯୋଜନା ରଖିବାକୁ ମଧ୍ୟ ପାପ କୁହାଯାଏ। ଏମିତି ଲୋକଙ୍କୁ ଭୋଳାନାଥ କେବେବି କ୍ଷମା କରନ୍ତି ନାହିଁ।

-ଖରାପ ରାସ୍ତାରେ ଚାଲୁଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ଭୋଳାନାଥ କୋପ କରିଥାନ୍ତି ଏବଂ ତାଙ୍କୁ ମଧ୍ୟ ଭଗବାନ ଶିବଙ୍କ କୋପ ନଜରର ଶିକାର ହେବାକୁ ପଡିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button