ରାଜ୍ୟ

ଭିଜିଲାନ୍ସ ଜାଲରେ କଟକ ଏଏସଆଇ – Ibnodisha

[ad_1]

କଟକ : ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ନିଆଳି ଥାନା ଏଏସଆଇ ବିଜୟ ଭଞ୍ଜ । ସୂଚନା ଅନୁସାରେ ନିଆଳି ଥାନା ଏଏସଆଇ ବିଜୟ ଭଞ୍ଜ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ବ୍ୟକ୍ତିକୁ ମାମଲା ରୁଜୁ କରିବାକୁ ଦୁଇ ହଜାର ଟଙ୍କା ଲାଞ୍ଚ ରାଶି ମାଗିଥିଲେ ନଚେତ ତାଙ୍କୁ ଅନ୍ୟ ଏକ ମାମଲାରେ ଫସାଇ ଦେବାକୁ ଧମକ ଦେଇଥିଲେ । ଅଭିଯୋଗ କରିବାକୁ ଆସିଥିବା ବ୍ୟକ୍ତି ଜଣକ ଅନ୍ୟ କୌଣସି ଉପାୟ ନ ପାଇ ଘଟଣା ସମ୍ପର୍କରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତେବେ ରବିବାର ଏଏସଆଇ ଅଭିଯୋଗକାରୀଙ୍କୁ ଡାକି ଟଙ୍କା ଦେବା ପାଇଁ ଦାବି କରିଥିଲେ । ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଏଏସଆଇ ବିଜୟଙ୍କୁ ଧରିଥିଲେ । ଘଟଣାର ତଦନ୍ତ ପାଇଁ ବିଜୟ କୁମାର ଭଞ୍ଜଙ୍କୁ ଅଟକ ରଖି ପଚରା ଉଚରା କରୁଥିବାବେଳେ ତାଙ୍କ ନିଆଳି ସ୍ତିତ ଭଡ଼ା ଘର ଓ ଖୋର୍ଦ୍ଧା ପୈତୃକ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button