ଅପରାଧ

ସ୍ତ୍ରୀ ଉପରେ ରାଗି ନିଜ ଦେହରେ ନିଆଁ ଲଗାଇଲେ ସ୍ୱାମୀ – Ibnodisha

[ad_1]

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଘଟିଛି ଆହବନୀୟ ଘଟଣା। ସ୍ତ୍ରୀ ବିଳମ୍ବରେ ଆସିବାରୁ ଘରେ ନିଆଁ ଲଗାଇଲା ସ୍ବାମୀ। ପତ୍ନୀ ବିଳମ୍ବରେ ଘରେ ପହଞ୍ଚିବାକୁ ନେଇ ଝଗଡ଼ା ଏତେ ବଢ଼ିଯାଇଥିଲା ଯେ, ସ୍ୱାମୀ ପ୍ରଥମେ ନିଜ ପତ୍ନୀଙ୍କୁ ମାଡ ମାରିଥିଲେ ଏବଂ ପରେ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ସୂଚନା ପାଇଁ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବାହାରକୁ ଆଣିଥିଲେ । ମୃତକଙ୍କ ନାମ ପ୍ରଦୀପ ନାୟର(୪୬) ବୋଲି ଜଣାପଡ଼ିଛି। ପ୍ରଥମ ପତ୍ନୀଙ୍କଠାରୁ ଛାଡପତ୍ର ନେବା ପରେ ପ୍ରଦୀପ ନାୟାର ତାଙ୍କଠାରୁ ୧୯ବର୍ଷ ସାନ ନିହାରିକାଙ୍କୁ ଗତ ବର୍ଷ ଭାଲେଣ୍ଟାଇନ୍ସ ଡେରେ ଦ୍ୱିତୀୟ ଥର ବିବାହ କରିଥିଲେ। ଉଭୟ ପ୍ରଦୀପ ଏବଂ ନିହାରିକା ଅଲଗା ଅଲଗା ଏନଜିଓରେ କାମ କରୁଥିଲେ। ପ୍ରଦୀପ ରାୟପୁରରେ ମୁତୟନ ଥିବାବେଳେ ନିହାରିକା ଭୋପାଳର ଏକ ଏନଜିଓ ସହ ଜଡିତ ଥିଲେ। ଶନିବାର ପ୍ରଦୀପ ପତ୍ନୀଙ୍କୁ ଭେଟିବା ପା‌ଇଁ ଭୋପାଳ ଆସିଥିଲେ। ବିଳମ୍ବିତ ରାତିରେ ତାଙ୍କ ପତ୍ନୀ ଘରକୁ ଆସିବା ଦେଖି ପ୍ରଦୀପ ରାଗିଯିବା ସହ ନିହାରିକାଙ୍କୁ ମାଡ଼ ମାରିଥିଲେ। ନିଜକୁ ବଞ୍ଚାଇବା ପାଇଁ ନିହାରିକା ଘର ବାହାରକୁ ଚାଲି ଆସିବାରୁ ପ୍ରଦୀପ ପଛପଟୁ କବାଟ ଦେଇ ନିଜକୁ ନିଆଁ ଲଗାଇ ଦେଇଥିଲେ। ଏବେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ନିହାରିକାଙ୍କ ବୟାନ ରେକର୍ଡ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button